ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଡିସେମ୍ବରରେ ସ୍କୁଲ ଖୋଲିବାକୁ ଦାବି

ଭୁବନେଶ୍ୱର/ସରୋଜ ରାଉତ: ରାଜ୍ୟରେ ପୂଜା ଛୁଟି ପରେ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଅର୍ଥାତ୍ ନଭେମ୍ବର ମାସରେ ଖୋଲିବ ସ୍କୁଲ । କିନ୍ତୁ ସରକାରଙ୍କ ଏହି ନିଷ୍ପତିକୁ ଅଭିଭାକମାନେ ଗ୍ରହଣ କରିବାକୁ ରାଜି ନୁହଁନ୍ତି । ମହାମାରୀ କରୋନାର ସ୍ଥିତି ସମ୍ପର୍କରେ ଅବଗତ ନ ହୋଇ ସ୍କୁଲ ଖୋଲିବା ଉଚିତ ହେବ ନାହିଁ ବୋଲି କହୁଛନ୍ତି ଅଭିଭାବକ । ପିଲା ବଡ ମଣିଷ ହେବାକୁ ପାଠ ପଢୁଛନ୍ତି । କିନ୍ତୁ ଯଦି ଜୀବନ ନ ରହିବ ତେବେ ପାଠ ପଢିବାର ଅର୍ଥ କଣ ବୋଲି କହିଛନ୍ତି ଅଭିଭାବକ ।

ସରକାର କରୋନା ପାଇଁ ୩୦ ପ୍ରତିଶତ ସିଲାବସ କାଟ କରିଛନ୍ତି । ସେହିପରି ନଭେମ୍ବର ସୁଦ୍ଧା କରୋନାର ସ୍ଥିତି ଦେଖିବା ପରେ ଡିସେମ୍ବର ୧୫ ଆଡକୁ ସ୍କୁଲ ଖୋଲିବାକୁ ଅଭିଭାବକମାନେ ଦାଦି କରୁଛନ୍ତି । କୌଣସି ଅଭିଭାବକ ଏହି ମହାମାରୀ କାଳରେ ତାର ପିଲାର ଜୀବନକୁ ବାଜି ଲଗାଇବାକୁ ରାଜି ହେବେ ନାହିଁ । ତେଣୁ କରୋନା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବା ପରେ ସ୍କୁଲ ଖୋଲିବା ଉଚିତ ହେବ ବୋଲି କହୁଛନ୍ତି ଅଭିଭାବକ ।