ଅଘୋଷିତ ଏବଂ ବାରମ୍ଵାର ବିଦ୍ୟୁତ କାଟ ପ୍ରତିବାଦରେ ଦାବିପତ୍ର

ହିଞ୍ଜିଳିକାଟୁ: ଅଘୋଷିତ ଏବଂ ବାରମ୍ଵାର ବିଦ୍ୟୁତ କାଟ ପ୍ରତିବାଦରେ ଆଜି ଏସ୍.ୟୁ.ସି.ଆଇ.(କମ୍ୟୁନିଷ୍ଟ) ହିଞ୍ଜିଳିକାଟୁ ଆଞ୍ଚଳିକ କମିଟି ପକ୍ଷରୁ ପରିବା ବଜାର ଛକ ନିକଟରେ ଏକ ବିକ୍ଷୋଭ ସମେତ ବିଭାଗୀୟ ଯନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନା ଥାଉକି ହିଞ୍ଜିଳିକାଟୁ ସହରରେରେ ଯେତେବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି ସେତେବେଳେ ପ୍ରତି ଦିନ ବିନା ସୂଚନାରେ ପ୍ରତି ଘଣ୍ଟା କିମ୍ବା ଦୁଇ ଘଣ୍ଟାରେ ୧୫ ରୁ ୨୦ମି. ଲେଖାଏଁ ମନଇଚ୍ଛା ବିଦ୍ୟୁତ କାଟ କରାଯାଉଛି । ତେଣୁ ସହର ବାସୀ ଏଥିରେ ଅତିଷ୍ଟ ହୋଇ ପଡିଛନ୍ତି ।

ସହରରେ ପ୍ରବଳ ଜନ ଅସନ୍ତୋଷ ଦେଖା ଦେଇଛି । କେବଳ ହିଞ୍ଜିଳିକାଟୁ ସହର ନୁହଁ ସାରା ବ୍ଲକରେ ଏହି ଏକା ସମସ୍ୟା ।ବ୍ଲକର ଅଧିକାଂଶ ଗ୍ରାମାଞ୍ଚଳରେ ଲୋ ଭୋଲଟେଜ ସମସ୍ୟା ମଧ୍ୟ ଲାଗି ରହିଛି । ଗରିବ ଗୁରୁବା ଲୋକ ବିଦ୍ୟୁତ କାଟ ଯୋଗୁଁ ସବୁଠାରୁ ଅଧିକ ହଇରାଣର ସମ୍ମୁଖୀନ ହେଉଛନ୍ତି ତେଣୁ ଯଥାଶିଘ୍ର ଉକ୍ତ ସମସ୍ୟାର ସମାଧାନ କରିବା ପାଇଁ ଏସ୍.ୟୁ.ସି.ଆଇ(କମ୍ପୁନିଷ୍ଟ) ପକ୍ଷରୁ ଦୃଢ ଦାବି କରାଯାଇଛି ଆଜିକାର ଏହି କାର୍ଯ୍ୟକ୍ରମରେ ଏସ୍.ୟୁ.ସି.ଆଇ(କମ୍ପୁନିଷ୍ଟ) ହିଞ୍ଜିଳିକାଟୁ ଲୋକାଲ କମିଟି ସମ୍ପାଦକ ନିମାଇଁ ଚରଣ ସାହୁଙ୍କ ସମେତ ନାରାୟଣ ସାହୁ, କାମରାଜ ସାହୁ, ଅନିଲ ସାହୁ, ସିମାଞ୍ଚଳ ସାହୁ, ସୌମ୍ୟ ରଞ୍ଜନ ଗୌଡ଼ ଆଦି ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ ।