ବୌଦ୍ଧ:- ନ୍ୟାୟ ଦେବା ବଦଳ ରେ ଲାଞ୍ଚ ମାଗିବା ମହଙ୍ଗା ପଡିଲା ଅବକାରୀ ଏଏସଆଇ ବାବୁ ଙ୍କୁ । ଲାଞ୍ଚ ମାଗିବା ଅଭିଯୋଗରେ ଏଏସଆଇ ରବୀନ୍ଦ୍ର ନାଥ ପ୍ରଧାନ ଓ ତାଙ୍କ ସହଯୋଗୀ ଙ୍କୁ ଦୋଷୀ ସ୍ତବ୍ୟସ୍ତ କରାଯାଇଥିବା ନେଇ ଓଡିଶା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଏଏସଆଇ ଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବା ବେଳେ ସହଯୋଗୀ ଙ୍କୁ ଏକ ବର୍ଷ ଜେଲ ନେଇ ରାୟ ଶୁଣାଇଛନ୍ତି ମାନ୍ୟବର ବିଚାର ପତି ।
ସୂଚନା ମୁତାବକ ପୂର୍ବରୁ ଏକ ବ୍ୟକ୍ତିଙ୍କ ଠାରୁ ଅବକାରୀ ମାମଲା ରଫା ଦଫା କରିବା ପାଇଁ ରବୀନ୍ଦ୍ର ନାଥ ୧୦ହଜାର ଟଙ୍କା ଲାଞ୍ଚ ତାଙ୍କ ସହଯୋଗୀ ଗଣେଶ ପ୍ରସାଦ ଙ୍କ ଦ୍ୱରା ମାଗିଥିଲେ । ଘଟଣାକୁ ନେଇ ଅଭିଯୋଗକାରି ସମ୍ବଲପୁର ଭିଜିଲାନ୍ସରେ ଦ୍ୱରାସ୍ତ ହୋଇଥିଲେ । ମାମଲା କୁ ନେଇ ଏଏସଆଇ ଓ ତାଙ୍କ ସହଯୋଗି ଙ୍କ ନାମରେ ମାମଲା ବିଚାରଧିନ ଥିବା ବେଳେ ଗତକାଲି ସେମାନଙ୍କୁ ଦୋଷୀ ସ୍ତବ୍ୟସ୍ତ କରାଯାଇଥିବା ଜଣାପଡିଛି । ଲାଞ୍ଚ ଖିଆ ଅବକାରୀ ବାବୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ଏଏସଆଇ ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କୁ ଖୁବ ଶୀଘ୍ର କାର୍ଯ୍ୟରୁ ନୀଳମ୍ବନ କରାଯିବ ବୋଲି ବୌଦ୍ଧ ଅବକାରୀ ଏସପି ଶାନ୍ତି ମାରାଣ୍ଡି ସୂଚନା ଦେଇଛନ୍ତି ।