ଛେଣ୍ଡିପଦା ବ୍ଲକକୁ ସଂପୂର୍ଣ୍ଣ ମରୁଡି ଘୋଷଣା ଦାବି

ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଲକ କଂଗ୍ରେସ ପକ୍ଷରୁ ଛେଣ୍ଡିପଦାକୁ ସଂମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ତହସିଲ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଛେଣ୍ଡିପଦା ବ୍ଲକ କଂଗ୍ରେସ ସଭାପତି କୁତାର୍ଥ ଦେହୁରୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରଦେଶ କଂଗ୍ରେସର ମୁଖପାତ୍ର ତଥା ପୂର୍ବତନ ମହିଳା କଂଗ୍ରେସ ସଭାପତି ସସ୍ମିତା ବେହେରା , କଂଗ୍ରେସ ସଭାପତି ବିପ୍ଲବ ଜେନା , କୃଷକ ସେଲ ସଭାପତି ଦାଶରଥି ସାହୁ , କଂଗ୍ରେସର ଉପସଭାପତି ବିରଞ୍ଚି ଧର , କିଷାନ ସେଲର ଉପସଭାପତି ଅଶୋକ ରଞ୍ଜନ ପ୍ରଧାନ ,ବ୍ଲକ କିଷାନ ସେଲ ସଭାପତି ଜିତେନ ସାହୁ , ବ୍ଲକ ମହିଲା କଂଗ୍ରେସ ସଭାପତି ସୁଭାଗିନି ଗଡନାୟକ , ପୂର୍ବତନ ଛେଣ୍ଡିପଦା ବ୍ଲକ ଅଧକ୍ଷ ଶାନ୍ତିଲତା ନାଏକ , ବ୍ଲକ କଂଗ୍ରେସ ଉପସଭାପତି ପପୁ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଦେବଗଡ ଛକ ଠାରୁ ଏକ ରାଲି ବାହାରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଚାଷି ମାରଣ ନିତିକୁ ବିରୋରେ ବିଭିନ୍ନ ସ୍ଲୋଗାନ ଦେବା ସହିତ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ବ୍ଳକରେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଓ ଜଳସେଚନର ଅସୁବିଧା ହେତୁ , ଧାନ ଓ ଅନ୍ୟାନ୍ୟ ଫସଲ ହାନି ଘଟି ବିକଟାଳ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । କୋରାନା ରୋଗ ଓ ଦରବୃଦ୍ଧି ଯୋଗୁଁ ହତୋତ୍ସାହିତ ଚାଷିକୂଳ ମରୁଡ଼ିର କରାଳ ରୂପକୁ ନେଇ ଘୋର ଚିନ୍ତିତ । ଛେଣ୍ଡିପଦା ବ୍ଲକ ସମେତ ଅନୁଗୋଳ ଜିଲ୍ଲାର ମରୁଡି ପରିସ୍ଥିତିକୁ ଅନୁଧ୍ୟାନ କରି ଆସୁ ପଦକ୍ଷେପ ସ୍ୱରୂପ ପ୍ରଶାସନିକ ବିକଳ୍ପ ବ୍ୟବସ୍ଥା ନିମନ୍ତେ ଆମ୍ଭର ନାର୍ୟ୍ୟ ଦାବିକୁ ତୁରନ୍ତ ପୁରଣ କରାଯିବା, ଅନୁଗୋଳ ଜିଲ୍ଲା ସମେତ ସମସ୍ତ ବ୍ଲକକୁ ସଂପୂର୍ଣ୍ଣ ମରୁଡି ଅଞ୍ଚଳ ଘୋଷଣା କରାଯିବା, ଦରବୃଦ୍ଧିକୁ ଦୃଷ୍ଟିରେ ରଖୁ ପ୍ରତ୍ୟେକ ଚାଷୀଙ୍କୁ ମାସିକ ଅନ୍ୟୁନ ୬୦୦୦ ଟଙ୍କା ଆର୍ଥିକ ସହାୟତା ସହିତ ଚାଷ ଜମି ପରିମାଣ ଅନୁଯାୟୀ ପ୍ରତ୍ୟେକ ଚାଷୀଙ୍କୁ ଯଥେଷ୍ଟ କ୍ଷତିପୂରଣର ବ୍ୟବସ୍ଥା କରାଯିବା ଭଳି ଦାବି କରିଥିଲା ବ୍ଲକ କଂଗ୍ରେସ । ଏହାବ୍ୟତୀତ ଅନ୍ୟାନ୍ୟ ପ୍ରକାର ସୁବିଧା ଚାଷ ନିମନ୍ତେ ଯୋଗାଇ ଦେବାକୁ ବ୍ଲକ କଂଗ୍ରେସ ଦାବି କରିଛି ।
ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଜଳସେଚନର ସୁବିଧା, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, ମାଗଣାରେ କୃଷି ଯନ୍ତ୍ରପାତି, ସାର , ବିହନ ଓ କୀଟନାଶକ ଔଷଧ ଯୋଗାଇ ଦେବା ସହ କୃଷିଜାତ ଦ୍ରବ୍ୟର ସହାୟକ ମୂଲ୍ୟ ବୃଦ୍ଧି ଏବଂ କୃଷିଋଣ ଛାଡ ଆଦି ଦଫା ନେଇ ସମ୍ବଳିତ ଛେଣ୍ଡିପଦା ତହସିଲଦାର ଡାନିଏଲ ଏକ୍କାଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ସରକାର ଓ ପ୍ରଶାସନ ତରଫରୁ ତୁରନ୍ତ ଛେଣ୍ଡିପଦା ବ୍ଲକକୁ ମରୁଡି ଘୋଷଣା କରା ନଗଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ପାଇଁ ସରକାର ସଂପୂର୍ଣ୍ଣ ଦାୟୀ ରହିବେ ବୋଲି ରାଜ୍ୟ ପ୍ରଦେଶ କଂଗ୍ରେସର ମୁଖପାତ୍ର ତଥା ପୂର୍ବତନ ମହିଳା କଂଗ୍ରେସ ସଭାପତି ସସ୍ମିତା ବେହେରା ଦାବି କରିଛନ୍ତି । ଜିଲ୍ଲା କଂଗ୍ରେସର ଉପଦେଷ୍ଟା ଉଦୟନାଥ ବେହେରା, ଛାତ୍ର ନେତା କୈଳାସ ପ୍ରଧାନ, ସୁରେଶ ପ୍ରଧାନ , ତପସ୍ୱିନୀ ମାଝୀ , ବିଶ୍ୱଜିତ ପ୍ରଧାନଙ୍କ ସମେତ ଛେଣ୍ଡିପଦା ବ୍ଲକର ବହୁ ଚାଷୀ ଓ କଂଗ୍ରେସ କର୍ମୀ ଏହି ବିକ୍ଷୋଭରେ ଯୋଗ ଦେଇଥିଲେ ।