ପ୍ରସ୍ତୁତ କରନ୍ତୁ ଘରେ ଇଲିସି ମାଛ ବେସର ….

(ମମତା ସାମଲ): ଇଲିସି ମାଛ ବେସର ଖାଇବାକୁ ହେଲେ କେମିତି ପ୍ରସ୍ତୁତି କରିବାକୁ ହେବ, ଆସନ୍ତୁ ଜାଣିବା …

ଆବଶ୍ୟକୀୟ ସାମଗ୍ରୀ : –

୧ କେଜି ଇଲିସି ମାଛ, ୨ଟି କଟା ପିଆଜ, ୨ଟି ଟମାଟୋ, ୩ – ୪ଟି କଞ୍ଚା ଲଙ୍କା, ୫ – ୬ଟି ରସୁଣ କୋଲା, ୩ – ୪ ଚାମଚ ସୋରିଷ ତେଲ, ୩ଚାମଚ ସୋରିଷ, ଅଧଚାମଚ ଜିରା, ଅଧଚାମଚ ହଳଦୀ ଗୁଣ୍ଡ, ଅଳ୍ପ କରି ପାଉଡ଼ର, ଅଧଚାମଚ ଡାଲଚିନ ଗୁଣ୍ଡ, ଅଳ୍ପ ଧନିଆ ପତ୍ର ଏବଂ ସ୍ୱାଦ ଅନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଇଲିସି ମାଛକୁ ଭଲ ଭାବେ ଧୋଇ ସେଥିରେ ଲୁଣ ଓ ହଳଦୀ ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ କରେଇରେ ୨ ଚାମଚ ସୋରିଷ ତେଲ ଗରମ କରି ଗୋଳାଥିବା ମାଛକୁ ଛାଣି ଦିଅନ୍ତୁ। ଧ୍ୟାନ ରଖିବେ ଯେପରି ମାଛକୁ ଗୋଟିଏ ସାଇଟି କରି ଭାଜିବେ।

ମାଛ ଭଲ ଭାବରେ ଭାଜି ହୋଇ ସାରିବାପରେ କରେଇରୁ ଓହ୍ଲାଇ ଦିଅନ୍ତୁ। ଅନ୍ୟ ଏକ କରେଇରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ନାଲି ହେବା ପରେ ସେଥିରେ ଅଦା ଓ ରସୁଣ ପେଷ୍ଟ ଦିଅନ୍ତୁ। ଏବେ ସେଥିରେ କଟା ହୋଇଥିବା ଛୋଟ ଛୋଟ ଖଣ୍ଡ ରସୁଣକୁ ପକାନ୍ତୁ।

ତା’ପରେ ସେଥିରେ ଛୋଟ ଛୋଟ ଖଣ୍ଡ ଟମାଟୋ ଓ କରି ପାଉଡ଼ର ପକାନ୍ତୁ। ମସଲା ଭଲ ଭାବେ କଷି ହେବା ପରେ ବଟା ସୋରିଷ ପକାଇ ମାପ ଅନୁଯାୟୀ ପାଣି ଦିଅନ୍ତୁ। ଏହାପରେ ପ୍ଲେଟରେ ଅଧା ଭଜା ହୋଇଥିବା ଇଲିସି ମାଛକୁ କରେଇରେ ପକାନ୍ତୁ। ଧ୍ୟାନ ରଖିବେ ଯେପରି ଭଜା ହୋଇଥିବା ଅଂଶଟି ଉପରକୁ ରହିବ ଏବଂ କଞ୍ଚା ଭାଗଟି ଝୋଳରେ ବୁଡି ହୋଇ ରହିବ। ତରକାରି କିଛି ସମୟ ଫୁଟିବା ପରେ ଗ୍ୟାସରୁ ଓହ୍ଲାଇ ତା’ଉପରେ ଡାଲଚିନ ଗୁଣ୍ଡ ଓ କଟା ଧନିଆ ପତ୍ରକୁ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର ଗରମାଗରମ ଇଲିସି ମାଛ ବେସର।