ଲଭ, ସେକ୍ସ ଓ ଧୋକା: ହାତଗୋଡ଼ ବାନ୍ଧି ବାରମ୍ବାର ସେକ୍ସ କଲା ପରେ ଫେରାର ହେଲା ମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ: ମନ୍ତ୍ରୀଙ୍କ ପୁଅ ନାଁରେ ଆସିଲା ଦୁଷ୍କର୍ମର ବଡ଼ ଅଭିଯୋଗ ।ପ୍ରଥମେ ଲଭ ପରେ ସେକ୍ସ ଆଉ ସବୁ ସରିଲା ପରେ ଚମ୍ପଟ ମାରିଲା ପ୍ରେମିକ । ଘଟଣା ଏତେ ବଢ଼ିଗଲା ଯେ କଥା ଯାଇ ପହଞ୍ଚିଲା ଦିଲ୍ଲୀରେ। ମନ୍ତ୍ରୀଙ୍କ ପୁଅ କେବଳ ପୀଡ଼ିତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ନଥିଲା, ବରଂ ତାଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡ଼ିଓ ରଖି ତାଙ୍କୁ ବ୍ଲାକମେଲ ମଧ୍ୟ କରୁଥିଲା । କେବଳ ଏତିକି ନୁହେଁ ମନ୍ତ୍ରୀଙ୍କ ପୁଅ ପୀଡ଼ିତାଙ୍କୁ ଧମକ ଦେଇଥିଲେ ଯେ, ଯଦି ସେ ଏନେଇ ମୁହଁ ଖୋଲନ୍ତି ତେବେ ତାଙ୍କୁ ମାରି ଫୋପାଡ଼ି ଦିଆଯିବ ।

ରାଜସ୍ଥାନ ସରକାରଙ୍କ ଜଳ ଯୋଗାଣ ମନ୍ତ୍ରୀ ମହେଶ ଯୋଶୀଙ୍କ ପୁଅ ରୋହିତ ଯୋଶୀଙ୍କ ବିରୋଧରେ ଦିଲ୍ଲୀରେ ବଳାତ୍କାର ମାମଲା ଦାୟର। ରୋହିତ ଜୟପୁରର ଜଣେ 23 ବର୍ଷୀୟ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡିତା ଜଣକ ଦିଲ୍ଲୀ ପୋଲିସକୁ ତାଙ୍କ ସହ ବଳାତ୍କାର ଏବଂ ଅସ୍ୱାଭାବିକ ଯୌନ ସମ୍ପର୍କର ଯନ୍ତ୍ରଣା ବିଷୟରେ ଜଣାଇଥିଲେ । ପୀଡିତା ଅଭିଯୋଗ କରିଛନ୍ତି ଯେ, ଆମେ ଫେସବୁକ୍ ମାଧ୍ୟମରେ ବନ୍ଧୁ ହୋଇଥିଲୁ | 8 ଜାନୁଆରୀ 2021ରେ, ରୋହିତ ମୋତେ ଏକ ହୋଟେଲ୍କୁ ନେଇଥିଲେ | ସେଠାରେ ମୋତେ ଜୁସରେ କିଛି ନିଶାଦ୍ରବ୍ୟ ମିଶାଇ ପିଆଇବା ପରେ ମୁ ବେହୋସ ହୋଇଯାଇଥିଲି | ପରଦିନ ଯେତେବେଳେ ମୁଁ ହୋସକୁ ଆସିଲି, ମୋ ଦେହରେ ଲୁଗା ନଥିଲା | ତେବେ ପୀଡ଼ିତାଙ୍କୁ ଚୁପ କରାଇବା ପାଇଁ ବିବାହର ମିଛ ପ୍ରତିଶୃତି ଦେଇଥିଲେ ମନ୍ତ୍ରୀଙ୍କ ପୁଅ | ଏବଂ ତାଙ୍କ ଅନିଚ୍ଛା ସତ୍ତ୍ୱେ ବାରମ୍ବାର ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ  ।

ପୀଡିତା ଆହୁରି ମଧ୍ୟ କହିଛନ୍ତି ସେ ମୋ ସହ ଦୁଷ୍କର୍ମ ସମୟରେ ଭିଡିଓ ପ୍ରସ୍ତୁତ କରି ମତେ ବାରମ୍ବାର ବ୍ଲାକମେଲିଙ୍ଗ କରିଥିଲେ | ଏହି ଫଟୋ-ଭିଡିଓ ମାଧ୍ୟମରେ ରୋହିତ ମୋ ମନା କରିବା ସତ୍ୱେ ମଧ୍ୟ ମୋ ହାତ ଗୋଡ଼ ବାନ୍ଧି ମୋ ସହ ଜବରଦସ୍ତ ଯୌନ ସମ୍ପର୍କ ସ୍ଥାପନ କରୁଥିଲେ | ଏବଂ ମୋତେ ମାରିବାକୁ ଧମକ ଦେବା ସହିତ ମୁଁ ମନ୍ତ୍ରୀଙ୍କ ପୁଅ କେହି ମୋର କିଛି ଉଖାଡ଼ି ପାରିବେ ନାହିଁ ବୋଲି କହୁଥିଲେ | ଯାହା ଫଳରେ ମୁଁ ଡରି ଯାଇଥିଲି | ଅନ୍ୟପକ୍ଷେ ପୀଡିତାଙ୍କୁ ବାରମ୍ବାର ହତ୍ୟା ଧମକ ଆସୁଥିବା ବେଳେ, ପୋଲିସ ସୁରକ୍ଷା ଯୋଗାଇଦେବାକୁ ରାଜସ୍ଥାନ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୀଡିତାଙ୍କ ନାମରେ ରାଜସ୍ଥାନ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା।  ଏହି ପିଟିସନର ଶୁଣାଣି କରି ଜଷ୍ଟିସ ବିରେନ୍ଦର କୁମାର ପୀଡିତାଙ୍କୁ ସୁରକ୍ଷା ଯୋଗାଇବା ପାଇଁ ରାଜ୍ୟ ସରକାର ଏବଂ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।