ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି

ନୂଆଦିଲ୍ଲୀ-: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଅଭିଯୁକ୍ତ ଜଣକ ପୋଲିସ କଣ୍ଟ୍ରୋଲ ରୁମକୁ କଲ୍ କରି ଜୀବନରୁ ମାରିଦେବାକୁ ଦେଇଥିଲେ ଧମକ । ଗୁରୁବାର ରାତି ପ୍ରାୟ ୧୧:୦୦ ଟାରେ ଗାଜିଆବାଦ ପୋଲିସକୁ ଏହି ପିସିଆର୍ କଲ୍ କରାଯାଇଥିଲା। ତୁରନ୍ତ ଗାଜିଆବାଦ ପୋଲିସ ଦିଲ୍ଲୀ ପୋଲିସକୁ ହତ୍ୟା ଧମକ ବିଷୟରେ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଜୀବନକୁ କ୍ଷତି ପହଞ୍ଚାଇବା ପାଇଁ ଏକ ଫୋନ୍ ପରେ ରାଜଧାନୀରେ ଏକ ଉଚ୍ଚସ୍ତରୀୟ ସୁରକ୍ଷା ସତର୍କତା ଜାରି କରାଯାଇଥିଲା । ତେବେ ଘଟଣାକୁ ନେଇ ପୋଲିସ ଯାଞ୍ଚ କରିବା ପରେ ଅଭିଯୁକ୍ତ ଫୋନ ସୁଇଚ୍ ଅଫ୍ ବୋଲି ଜଣାପଡିଛି ଏବଂ ଏହି ମାମଲାର ତଦନ୍ତ ଚାଲୁରହିଛି ।