ଭବାନୀପାଟଣା: ଭବାନୀପାଟଣାରେ ରାଜନାଥ ସିଂ ହ । ନିର୍ବାଚନୀ ଜନସଭାକୁ ସମ୍ଭୋଧନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ଜନସଭାରେ ଦଳୀୟ ପ୍ରାର୍ଥୀ ମାଳିବିକାଙ୍କୁ ସାଂସଦ ଭାବେ ବିପୁଳ ପରିମାଣରେ ଭୋଟ ଦେଇ ନିର୍ବା ଚିତ କରନ୍ତୁ । ଯାହାଦ୍ୱା ର ଆପଣଙ୍କର କଳାହାଣ୍ଡିରେ ନୂତନ ସୂର୍ଯ୍ୟ ଦୋୟ ହେବ । କଳାହାଣ୍ଡି ଆଉ ପୂର୍ବପରି ରହିବନି । ପୁରା ବିକାଶ ଅଭିମୁଖେ ଦୌଡିବ ଆପଣଙ୍କ ଜିଲ୍ଲା । ସେ ଆହୁରି ମଧ୍ୟ କହିଛହିନ୍ତି ଯେ, ଦେଶରୁ ସଂପୂର୍ଣ୍ଣ ଗରିବୀ ହଟିବ । ଏହା ହିଁ ମୋଦିଙ୍କ ଗ୍ୟାରେଣ୍ଟି । ୨୦୧୪ରେ ମୋଦି ସରକାର ଆସିବା ପରେ ଦେଶରୁ ଗରିବୀ ହଟିଛି । ଆଗାମୀ ୧୦ ବର୍ଷରେ କେହି ଦେଶରେ ଗରିବ ରହିବେ ନି । ଦେଶରୁ ସଂପୂର୍ଣ୍ଣ ଗରିବ ହଟିବ, ଏହାହିଁ ଆମ ସରକାରର ଲକ୍ଷ୍ୟ । ସେହିପରି ଦିଲ୍ଲୀରୁ ଆସୁଥିବା ଟଙ୍କା ସିଧା ଲୋକଙ୍କ ଖାତାକୁଯାଉଛି । ଦେଶରେ ଏବେ କୌଣସି ଲୋକ ଭୋକରେ ମରିବେ ନାହିଁ । ବିଜେପି ସରକାର ଯାହା କହିଛି । ତାହା କରିକି ଦେଖାଇଛି । ଆମେ ରାମ ମନ୍ଦିର କଥା କହିଥିଲୁ । କରିକି ଦେଖାଇଲୁ । ଭାରତରେ ରାମ ରାଜ୍ୟ ଆସିବ । କେହି ବି ଅଟକାଇ ପାରିବେନି । ସମସ୍ତଙ୍କୁ ଆୟୁଷ୍ମା ନ ଯୋଜନାର ଲାଭ ମିଳିବ ।