ରେଡ ଗାଉନ ପିନ୍ଧି ରେଡ୍ କାର୍ପେଟ୍ରେ ଅଭିନେତ୍ରୀ ଦୀପିକା ପାଦୁକୋନ୍
କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୨୦୨୨ ର ତୃତୀୟ ଦିନରେ ନିଜର ଜଲବା ଦେଖାଇଲେ ଦୀପିକା ପାଦୁକୋନ୍ ।
(ମୁମ୍ବାଇ) : କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୨୦୨୨ ର ତୃତୀୟ ଦିନରେ ନିଜର ଜଲବା ଦେଖାଇଲେ ଦୀପିକା ପାଦୁକୋନ୍ । ନିଜର ଲୁକ୍ରେ ସେ ସମସ୍ତଙ୍କ ହୃଦୟ ଜିତିସାରିଛନ୍ତି। ସେ ଏକ ଲାଲ୍ ଗାଉନରେ ରେଡ୍ କାର୍ପେଟ୍ରେ ଚାଲୁଥିବାର ନଜର ଆସିଛନ୍ତି।

ଲୋକମାନେ ଦୀପିକାଙ୍କ ଏହି ଲୁକକୁ ବହୁତ ପସନ୍ଦ କରୁଛନ୍ତି। କାନ୍ସରେ, ଦୀପିକାଙ୍କୁ ପ୍ରତ୍ୟେକ ଦିନ ନୂଆ ଲୁକରେ ଦେଖିବାକୁ ମିଳୁଛି।

ସୂଚନାନୁଯାୟୀ , ରେଡ୍ ଗାଉନରେ ଦୀପିକା ବହୁତ କ୍ଲାସୀ ଦେଖାଯାଉଛନ୍ତି। ଗତ ରାତିରୁ ଅଭିନେତ୍ରୀଙ୍କ ନୂଆ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଜଣେ ୟୁଜର୍ କମେଣ୍ଟ ଦେଇ ଲେଖିଛନ୍ତି, ‘ଦୀପିକାଙ୍କ ସାମ୍ନାରେ ସମସ୍ତେ ଫିକା ଲାଗୁଛନ୍ତି।’ ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, ‘ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀ …।’