ଫିଲ୍ମ ‘ପ୍ରୋଜେକ୍ଟ କେ’ସୁଟିଂରେ ବ୍ୟସ୍ତ ଅଛନ୍ତି ମସ୍ତାନୀ ସାହିବା

ହଠାତ ଅସୁସ୍ଥ ହୋଇପଡିଲେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ପାଦୁକୋନ୍ ।

(ମୁମ୍ବାଇ) : ହଠାତ ଅସୁସ୍ଥ ହୋଇପଡିଲେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ପାଦୁକୋନ୍ । ସୁଟିଂ ସେଟ୍‌ରେ ଥିବା ବେଳେ ଦୀପିକା ହଠାତ୍ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ତେବେ ବର୍ତ୍ତମାନ ଦୀପିକା ଠିକ୍ ଅଛନ୍ତି।

ଚିକିତ୍ସାର ଅଳ୍ପ ସମୟ ପରେ ଅମିତାଭ ବଚ୍ଚନଙ୍କ ସହିତ ଦୀପିକା ସୁଟିଂ ସେଟ୍‌କୁ ଫେରିଥିଲେ। ଦୀପିକା ହାଇଦ୍ରାବାଦରେ ପ୍ରଭାସଙ୍କ ସହିତ ନିଜର ଆଗାମୀ ଫିଲ୍ମ ‘ପ୍ରୋଜେକ୍ଟ କେ’ ପାଇଁ ହାଇଦ୍ରାବାଦରେ ସୁଟିଂ କରୁଛନ୍ତି।

ସୂଚନାନୁସାରେ, ଦୀପିକାଙ୍କ ହାର୍ଟ ବିଟ୍‌ ହଠାତ୍ ବଢିଯାଇଥିଲା। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ହାଇଦ୍ରାବାଦର କାମିନେନି ହସ୍ପିଟାଲରେ ପହଁଞ୍ଚାଯାଇଥିଲା, ଯେଉଁଠାରେ ତାଙ୍କର ଚେକଅପ୍‌ କରାଯାଇଥିଲା। ଏବେ ହୋଟେଲରେ ସେ ବିଶ୍ରାମ ନେଉଥିବା ବେଳେ ଡାକ୍ତରମାନେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି। ପରେ ଅମିତାଭ ବଚ୍ଚନଙ୍କ ସହିତ ଦୀପିକା ସୁଟିଂ ସେଟ୍‌କୁ ଫେରିଥିଲେ।