ସାମ୍ନାକୁ ଆସିଲା ଦୀପିକାଙ୍କ ‘Singham Again’ର ଫାଷ୍ଟ ଲୁକ

ମୁମ୍ବାଇ : ବଲିଉଡ ଲେଡି ସୁପରଷ୍ଟାର ଦୀପିକା ପାଦୁକୋନ ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି । ଅଭିନେତ୍ରି ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ସିଙ୍ଘମ ଅଗେନ’ର ଫାଷ୍ଟ ପୋଷ୍ଟର ସେୟାର କରିଛନ୍ତି । ଏହି ଫିଲ୍ମରେ ତାଙ୍କ ଚରିତ୍ରର ନାମ ଶକ୍ତି ଶେଟ୍ଟୀ ହେବ ।ଦୀପିକା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦୁଇଟି ଫଟୋ ସେୟାର କରିଛନ୍ତି। ଏହି ଫଟୋ ଗୁଡ଼ିକରେ ପୋଲିସ୍ ୟୁନିଫର୍ମ ପିନ୍ଧିଥିବା ଅଭିନେତ୍ରୀଙ୍କ କିଲର ଲୁକ୍‌ରେ ଦେଖିବାକୁ ମିଳେ । ଏଥି ସହିତ, ପ୍ରଶଂସକମାନେ ଦୀପିକାଙ୍କ ଏହି ଅବତାରକୁ ବହୁତ ପସନ୍ଦ କରୁଛନ୍ତିା ରୋହିତ ଶେଟ୍ଟୀଙ୍କ କପ ୟୁନିଭର୍ସର ପଞ୍ଚମ ଚଳଚ୍ଚିତ୍ର ସିଙ୍ଘମ୍‌ ଅଗେନ୍‌ ଶୁଟିଂ ଆରମ୍ଭ ହୋଇଛି। ଏହି ଚଳଚ୍ଚିତ୍ର ପାଇଁ ପ୍ରଶଂସକମାନେ ଉତ୍ସାହ ସହ ଅପେକ୍ଷା କରି ରହିଛନ୍ତି । ଏହି ଫିଲ୍ମରେ ଅଜୟ ଦେବଗନ୍‌, ଦୀପିକାଙ୍କ ବ୍ୟତୀତ ରଣବୀର ସିଂ , ଅକ୍ଷୟ କୁମାର, କରୀନା କପୁର, ଭିକି କୌଶଲ ନଜର ଆସିବେ।

ଫଟୋ ଗୁଡ଼ିକକୁ ସେୟାର କରିବାବେଳେ ଦୀପିକା ପାଦୁକୋନ୍ କ୍ୟାପସନରେ ଲେଖିଛନ୍ତି, ଶକ୍ତି ଶେଟ୍ଟୀ… ସିଙ୍ଘମ୍‌ ଅଗେନ୍‌ ପରିଚିତ କରାଇଛନ୍ତି। ଏହା ସହ ସେ ରୋହିତ ଶେଟ୍ଟୀ ଏବଂ ଫିଲ୍ମର ନିର୍ମାତାଙ୍କୁ ଟ୍ୟାଗ୍ କରିଛନ୍ତି। ଏହି ପୋଷ୍ଟ ସେୟାର ହେବା ମାତ୍ରେ ଅଭିନେତ୍ରୀଙ୍କ ସ୍ୱାମୀ ରଣବୀର ସିଂ ଏହି ମନ୍ତବ୍ୟରେ ଲେଖି ନିଆଁ ଲଗାଇ ଦେଇଛ । ଏହି ପୋଷ୍ଟ ସେୟାର ହେବା ମାତ୍ରେ ଅଭିନେତ୍ରୀଙ୍କ ସ୍ୱାମୀ ରଣବୀର ସିଂ ଏହି ମନ୍ତବ୍ୟରେ ଲେଖି ନିଆଁ ଲଗାଇ ଦେଇଛ । ପୂଜା ହେଗଡେ ମନ୍ତବ୍ୟ ଦେଇ ଲେଖିଛନ୍ତି, ‘ଶେଟ୍ଟି ପାୱାର’ । ଏହା ସହ ଶମିତା ଶେଟ୍ଟୀ ଲେଖିଛନ୍ତି, ସୁପର ହଟ୍! ‘ସେହି ସମୟରେ ଜଣେ ପ୍ରଶଂସକ ଲେଖିଥିଲେ,’ ଏହା ଧମାଲ ହେବ । କହିବାକୁ ଗଲେ ଫିଲ୍ମଟି ଆସନ୍ତା ବର୍ଷ ୧୫ ଅଗଷ୍ଟ ୨୦୨୪ରେ ରିଲିଜ୍‌ ହେବ ବୋଲି କୁହାଯାଉଛି ।