ପ୍ରଥମ ଥର ପାଇଁ ଫିଲ୍ମ ପରଦାରେ ନଜର ଆସିବେ ଦୀପିକା ପାଦୁକୋନ ଓ ହ୍ରିତିକ ରୋଶନ । ସୂଚନାନୁଯାୟୀ ଦୁହେଁ ଜୁନ ମାସରେ ଫିଲ୍ମ ସୁଟିଂ ଆରମ୍ଭ କରିବେ । ଫିଲ୍ମ ‘ଫାଇଟର’ରେ ଏକା ସାଙ୍ଗରେ ନଜର ଅସିବେ ଦୁହେଁ । ଖାସ ଏହି ଫାଇଟ ଫିଲ୍ମ ପାଇଁ ଫିଟ୍ ରହିବାରେ ଲାଗି ପଡିଛନ୍ତି ହ୍ରିତିକ ଓ ଦୀପିକା । ଏହି ଫିଲ୍ମଟି ଆକ୍ସନରେ ଭରପୂର ରହିବ ବୋଲି ସୂଚନା ରହିଛି ।
ଲକଡାଉନ ହେତୁ ପୂର୍ବରୁ ଏହି ଫିଲ୍ମ ର ପ୍ରସ୍ତୁତି ସରିଥିଲେ ମଧ୍ୟ ହୋଇ ପାରି ନଥିଲା । ଲକ୍ଡାଉନ ଖୋଲିବା ପରେ ଏବେ ଫିଲ୍ମକୁ ନେଇ ପ୍ଲାନ୍ ସହିତ ଦୁନିଆର ଶ୍ରେଷ୍ଠ ଲୋକେସନରେ ସୁଟିଂ କରାଯିବ। ଆଉ ଏହି ଫଲ୍ମ ର ସୁଟିଂ ପାଇଁ ଜୋରଦାର ଯୋଜନା ଚାଲିଛି । ଫିଲ୍ମ ଆସନ୍ତାବର୍ଷ ଜାନୁଆରୀ ରିଲିଜ ହୋଇପାରେ। ହ୍ରିତିକଙ୍କ ଫିଲ୍ମ ଜନ ଆବ୍ରାହମଙ୍କ ଅପକମିଂ ଫିଲ୍ମ ସହିତ ଟକ୍କର ହେବ। ଏହି ଫିଲ୍ମରେ ଅନିଲ କପୁର ମଧ୍ୟ ନଜର ଆସିବେ । ଫିଲ୍ମର ଷ୍ଟାରକାଷ୍ଟ ଦେଖି ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସୁକତା ବଢିଯାଇଛି। ଏଥିସହ ଏହି ଫିଲ୍ମଟିକୁ ଦେଖି ବାକୁ ଚାହିଁ ରହିଛନ୍ତି ଦର୍ଶକ ।