ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା

ହିଞ୍ଜିଳି/ ରଜନୀକାନ୍ତ ପାତ୍ର : ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ଅନୁଷ୍ଠିତ ହୋଇଯାଇଛି    ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଗ୍ରାମାଞ୍ଚଳରେ ଥିବା ବେରୋଜଗାରୀ ଯୁବକ ଯୁବତୀଙ୍କ ନିମନ୍ତେ  କରାଯାଇଛି।  ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ବ୍ଳକ ସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ବ୍ଲକ ପରିସରରେ  ଅନୁଷ୍ଠିତ ହୋଇଯାଇଛି ଏହି ଶିବିରକୁ ବିଡ଼ିଓ ସୁବ୍ରତ ଜେନା  ପରିଚାଳନା କରିଥିଲେ ଏହି ଯୋଜନାରେ ୧୮ରୁ ୩୫ବର୍ଷ ମଧ୍ୟରେ ଥିବା ବେରୋଜଗାରୀ ଯୁବକ ଯୁବତୀଙ୍କୁ ମାଗଣାରେ ସେମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ କୌଶଳ ଶିକ୍ଷା ପ୍ରଦାନ କରାଯିବ ତାଲିମ ସମୟରେ ମାଗଣାରେ ଖାଇବା ରହିବାର ବ୍ୟବସ୍ଥା ଥିବା ବେଳେ ସେମାନଙ୍କୁ ପୋଷାକ ପାଠ୍ୟ ଉପକରଣ ମାଗଣାରେ ଯୋଗାଇ ଦିଆଯିବ ତାଲିମ ପରେ ଏନ୍ସିଭିଟି ପ୍ରମାଣପତ୍ର ପ୍ରଦାନ ସହ ନିଶ୍ଚିତ ଚାକିରି ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି।