ରଥଯାତ୍ରାର ବାହୁଡା ଦିନ ଆହତ ହୋଇଥିବା ଭୋଇ ସେବକ ନକୁଳ ଭୋଇଙ୍କ ମୃତ୍ଯୁ

ପୁରୀ:ରଥଯାତ୍ରାର ବାହୁଡା ଦିନ ଆହତ ହୋଇଥିବା ଭୋଇ ସେବକ ନକୁଳ ଭୋଇଙ୍କ ମୃତ୍ଯୁ  । ଏମସ ଆଇସିୟୁରେ ଚିକିତ୍ସାଧିନ ଅବସ୍ଥାରେ ଆଜି ମୃତ୍ଯୁ । ତେବେ ବାହୁଡା ଦିନ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ବେଳେ ଦଉଡି ଛିଡିବା ଯୋଗୁଁ ଆହତ ହୋଇଥିଲେ ନକୁଳ ଭୋଇ  । ତାଙ୍କ ମୁହଁରେ ଲାଗିଥିଲା ଆଘାତ  । ଆଉ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୀ ମେଡିକାଲ ଓ ତା ପରେ ଏମସରେ ଆଇସିୟୁରେ ଭର୍ତି ହୋଇଥିଲେ  । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ଯୁ ହୋଇଛି   । ତେବେ ଏ ନେଇ ସମସ୍ତ ଭୋଇ ସେବକ ମେଡିକାଲକୁ ଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ତାଙ୍କର ଶବ ସତ୍କାର ପାଇଁ ସମସ୍ତ ବ୍ଯବସ୍ଥା ଗ୍ରହଣ କରାଯିବ ବୋଲି ସୁଚନା ମିଳିଛି  । ତେବେ ରଥ କାର୍ଯ୍ଯରେ ଥାଇ ସେ ଆହତ ହୋଇ ମୃତ୍ଯୁବରଣ କରିଥିବାରୁ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଦେବା ଆବଶ୍ଯକ ବୋଲି କହିଛନ୍ତି ମୁଖ୍ଯ ଭୋଇ ସର୍ଦ୍ଧାର ରବି ଭୋଇ  ।