ଭୁବନେଶ୍ୱର: ଝାରପଡା ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ସେ ବାଲେଶ୍ୱର ଜିଲ୍ଲାର ମିହିର ସାହିଉଦ୍ଦିଦ ବୋଲି ଜଣାପଡିଛି। ୨୦୧୭ରେ ଗ୍ରୀନରେ ଇଣ୍ଟରନ୍ୟାସନାଲ ଚିଟଫଣ୍ଡ ସଂସ୍ଥା ଠକେଇ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲରେ ଥିଲେ। ରବିବାର ସକାଳେ ଶୌଚ ହେବା ପାଇଁ ବାଥରୁମକୁ ଯାଉଥିବା ସମୟରେ ତଳେ ପଡିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ତାଙ୍କର ହୃଦଘାତରରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।