(ଅଜିତ କୁମାର ସାହୁ /ଜଳେଶ୍ୱର): ନବୀନଙ୍କ ନୀତି ଆଦର୍ଶ ବିରୋଧରେ ଜଳେଶ୍ୱର ବିଧାୟକ ଅଶ୍ୱନି କୁମାର ପାତ୍ର। ଏକଥା ଆମେ ଏଇଥି ପାଇଁ କହୁଛୁ ଯେ ଓଡିଶାର ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ରାଜ୍ୟରେ ସ୍ବଛ ଶାଶନ ପାଇଁ ମୋ ସରକାର ଓ ଫାଇବ ଟି ଜାରି କରିବା ସହିତ , ଦଳୀୟ ନେତା ମନ୍ତ୍ରୀ ଙ୍କୁ ଲୋକଙ୍କ ନିକଟତର ହୋଇ, ସମସ୍ୟା ବିଷୟରେ ବୁଝି ସମାଧାନ କରିବା ପାଇଁ ଗୁରୁମନ୍ତ୍ର ଦେଉଛନ୍ତି। ଏସବୁ ଗୁରୁ ମନ୍ତ୍ର କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଜଳେଶ୍ୱର ବିଧାୟକ ଅଶ୍ୱନୀ କୁମାର ପାତ୍ର ଫେଲ। ଲୋକଙ୍କ ନିକଟତର ହୋଇ ସମସ୍ୟା କଣ ବୁଝିବେ ବରଂ ସମସ୍ୟା କିମ୍ବା ଲୋକଙ୍କ ହକ କଥା ମନେ ପକାଇ ଦେବାରୁ ଚିଡ଼ି ଯାଇ ବିତଣ୍ଡା ଉତ୍ତର ଦେଉଛନ୍ତି।ଆଉ ଏ କଲ ରେକ୍ଟଡିଂ ହେଉଛି ତାର ଜ୍ୱଳନ୍ତ ପ୍ରମାଣ। ସ୍ବାଧୀନତାର ୭୪ ବର୍ଷ ପରେବି ଜଳେଶ୍ୱର ନିର୍ବାଚନ ମଣ୍ଡଳୀ,ବସ୍ତା ବ୍ଲକ ର କରୁଆ ପଞ୍ଚାୟତର କରୁଆ ଓ ବାଗପଞ୍ଚମ ଗାଁଆକୁ ସ୍ଥାୟୀ ରାସ୍ତା ଟିଏ ନାହିଁ। ଆଉ ସ୍ଥାୟୀ ରାସ୍ତା ଟିଏ ନଥିବାରୁ ଜରୁରୀ କାଳୀନ ପରିସ୍ଥିତିରେ ଗାଁକୁ ଆମ୍ବୁଲାନ୍ସ, ଦମକଳ ଗାଡି, ପୋଲିସ ଭେନ ପଶିପାରେ ନାହିଁ। ସାମାନ୍ୟ ବର୍ଷା ହେଲେ ରାସ୍ତାଟି ଖାଲ ଖମା ସାଙ୍ଗକୁ କାଦୁଅ ପଚ, ପଚ ହୋଇଯାଏ। ଗାଡି ମୋଟର ଯିବାତ ଦୂରର କଥା, ଚାଲି କରି ଯିବା ମଧ୍ୟ କାଠିକର ପାଠ। ଯାହାପାଇଁ ପ୍ରାୟ ୧୦ ଟି ପଞ୍ଚାୟତବାସୀ ନାହିଁ ନଥିଲା ସମସ୍ୟା ଭିତରେ ଗତି କରିଥାନ୍ତି। ତେବେ ସ୍ଥାୟୀ ରାସ୍ତାଟିଏ ପାଇଁ ସ୍ଥାନୀୟ ସରପଞ୍ଚ ଠୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ପ୍ରଶାଶନ, ଜଳେଶ୍ୱର ବିଧାୟକ ଅଶ୍ୱନି କୁମାର ପାତ୍ର, ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିକଟରେ ଅଞ୍ଚଳ ବାସୀ ବାରମ୍ବାର ଗୁହାରି କରି ଆସୁଥିଲେବି ସମସ୍ୟାର ସମାଧାନ ହେବା ବଦଳରେ, କେବଳ ମିଛପ୍ରତିଶ୍ରୁତି ମିଳିଥାଏ। ଆଉ ନେତା ମନ୍ତ୍ରୀ ଉକ୍ତ ରାସ୍ତାକୁ ନେଇ ନିର୍ଵାଚନି ମୁଦା କରି, ଶସ୍ତା ରାଜନୀତି କରୁଛନ୍ତି ।
ତେବେ ରାସ୍ତାନିର୍ମାଣ ଦୂରର କଥା ଆଜକୁ ବର୍ଷବର୍ଷ ଧରି ମୁଠାଏ ଗୁଡି, ବାଲି ମଧ୍ୟ ପଡି ନାହିଁ ବୋଲି ,ବାଗ ପଞ୍ଚମୀ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ସବୁ ଆଡୁ ନିରାଶ ହୋଇ ରାସ୍ତାରେ ଧାନ ଗଛ ପୋତି ପ୍ରତିବାଦ କରିବାସହିତ, ଚାନ୍ଦା ଠୁଳ କରି ରାସ୍ତା ମରାମତି କରିଛନ୍ତି ବାଗପଞ୍ଚମୀ ଗ୍ରାମ ବାସୀ। ସେହିପରି କରୁଆ ମାଣିକପୁରା ରାସ୍ତାର ଅବସ୍ଥା ମଧ୍ୟ ଅତ୍ୟନ୍ତ ଶୋଚନୀୟ। ରାସ୍ତା ଟି ଅମଡ଼ା ବାଟ ସାଜିଥିବା ବେଳ, ନେତା, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ଙ୍କ ନିଦା ବିଷ୍ଣୁ ପଣ ପାଇଁ ସେମାନଙ୍କ ଉପରୁ ଆସ୍ଥା ହଟିଯାଇଛି। ବିପଦ ଆପଦରେ ଅଞ୍ଚଳ ବାସୀ ଙ୍କୁ କେବଳ ଭଗବାନ ହିଁ ସାହା ଭରସା। ତେବେ ଏନେଇ ସ୍ଥାନୀୟ ସରପଞ୍ଚ, ପ୍ରତିନିଧି ଦାମୋଦର ଜେନା କହିଛନ୍ତି କି, ସମସ୍ୟା ବାବଦରେ ସେ ଅବଗତ ଅଛନ୍ତି । ସ୍ଥାୟୀ ରାସ୍ତା ଟିଏ ଅତ୍ୟନ୍ତ ଆବଶ୍ୟକ ରହିଛି। ତେବେ ଅର୍ଥର ଅଭାବ ସାଙ୍ଗକୁ ବିଭାଗୀୟ ଅଧିକାରୀ ଙ୍କ ଆନ୍ତରିକତା ଅଭାବ ପାଇଁ ଏହା ସମ୍ଭବ ହୋଇ ପାରୁନାହିଁ, ଏବଂ ଜଣେ ବିଧାୟକଙ୍କ ଏଭଳି କଟୁ ମନ୍ତବ୍ୟ କୁ ସେ ଦୃଢ଼ ନିନ୍ଦା କରିଛନ୍ତି । ଅନ୍ୟ ପଟେ ବସ୍ତା ବିଡ଼ିଓ ଜ୍ଞାନ ରଞ୍ଜନ ସାହୁ ସରକାରି କଟକଣା ପାଇଂ କ୍ୟାମେରା ସମ୍ନାରେ ପ୍ରତିକ୍ରିୟା ରଖିନଥିଲେବି, ତଦନ୍ତ କରି ଖୁଵ ଶୀଘ୍ର ଉଚିତ ପଦ କ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ତେବେ ରାସ୍ତାକୁ ନିର୍ବାଚନୀ ମୁଦା କରି ବିଧାୟକ ସିଟ ହାତେଇ ଥିବା ଜଳେଶ୍ୱର ବିଧାୟକ ଅଶ୍ୱନୀ କୁମାର ପାତ୍ର, ରାସ୍ତା ଟିଏ ପାଇଁ, ଥରେ କି ଦୁଇଥର ନୁହଁ ୫୦ ରୁ ୧୦୦ ଥର କହିବାକୁ ପଡ଼ିବ ବୋଲି କହୁଛନ୍ତି। ଭଲ କରି ଶୁଣନ୍ତୁ। ତେବେ ଏହି କଲ ରେକର୍ଡ଼ିଂ ପ୍ରମାଣ କରୁଛି ଜଳେଶ୍ୱର ବିଧାୟକ ଅଶ୍ୱନି ପାତ୍ରଙ୍କର ନବୀନ ସରକାର ଓ ଅଞ୍ଚଳ ବାସୀ ଙ୍କ ପ୍ରତି କେତେ ଭଲପାଇବା, ନିଷ୍ଠା, କାର୍ଯ୍ୟଦକ୍ଷତା ରହିଛି।