ମୋହନା/ତ୍ରିପତି ବିଷୋୟୀରତ୍ନ : ଆଜି ସକାଳେ ଏକ ଧାନ ବିଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ଅଡବା ପୋଲିସ । ମୃତକ ଜଣକ ହେଲେ ଅଡବା ଥାନା କଟାମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜାଡ଼ିଙ୍ଗି ଗ୍ରାମର ରବି ମାଝୀ। ଗତ କାଲି ସେ ବିଲ କାମକୁ ଯାଇ ଆଉ ଫେରି ନଥିଲେ । ଆଜି ସକାଳେ ତାଙ୍କ ମୃତ ଦେହ ନିଜ ଜମିରେ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଚଳାଇଛି ।