ପୋଖରୀରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ

ଢ଼େଙ୍କାନାଳ : ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡି ଯୁବକ ମୃତ। ମୃତ ଯୁବକ ଜଣକ ହେଲେ ଢ଼େଙ୍କାନାଳ ଜିଲ୍ଲା ରାଶୋଳ ଥାନା ଜରଡ଼ା ପଞ୍ଚାୟତ ଠେଙ୍ଗା ଗ୍ରାମର ୩୫ ବର୍ଷୀୟ ବିପିନ୍ ଖମାରୀ। ତେବେ ବନ୍ଧ ରେ ଗାଧୋଇବା ବେଳେ ପାଣିରେ ବୁଡି ଯାଇଥିଲେ ଯୁବକ। ତେବେ ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ପ୍ରଥମେ ରାଶୋଳ ଏବଂ ପରେ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଡ଼ାକ୍ତର ସେଠାରେ ଯୁବକଙ୍କୁ ମୃତ ଘୋଷଣା କରିଥିଲେ।