ଭୁବନେଶ୍ୱର: ଡେଡଲାଇନରୁ ବିଳମ୍ବିତ ହେଉଛି କାରଣ ମରାମତି କାମ ସରିନାହିଁ। ଯେତିକି ଆକଳନ କରାଯାଇଥିଲା ତା ଠୁ ଅଧିକ ମରାମତି କାମର ଆବଶ୍ୟକତା ରହିଛି। ପୁରା ଆକଳନ ଏପର୍ଯ୍ୟନ୍ତ ହୋଇପାରିନି। ଆଉ ମାସେ କିମ୍ବା ଦୁଇ ମାସ ଲାଗିବ ମରାମତି ପାଇଁ, ଏହାପରେ ଗଣତି ମଣତି ପ୍ରକ୍ରିୟା ଆରମ୍ଭ କରିପାରିବୁ। ରଥଯାତ୍ରା ପୂର୍ବରୁ ଗଣତି ମଣତିର ପ୍ରକ୍ରିୟା ଶେଷ କରିବୁ। ଏଏସଆଇକୁ ମନ୍ଦିର ପ୍ରଶାସନ ମରାମତି ପାଇଁ ସମୟ ଦେଉନଥିବା ଅଭିଯୋଗ ଉପରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ମହାପ୍ରଭୁ ରୀତିନୀତି ସହିତ ମରାମତି ଚାଲୁଛି, ରୀତିନୀତି ଚାରି ରୁ ପାଞ୍ଚ ଘଣ୍ଟା କଢ଼ାଯାଇ ମରାମତି ପାଇଁ ସମୟ ଦିଆଯାଉଛି। ପ୍ରଶାସନ ସମୟ ଦେଉନାହିଁ ଭୁଲ କଥା, ଏଏସଆଇର ସହମତିରେ କାମ ଚାଲିଛି।