ଜଙ୍ଗଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

( ରିପୋର୍ଟସଟୁଡେ): ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ନେଗିପାଲି ଜଙ୍ଗଲରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । କେହି ଯୁବକଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି ।

ଆଜି ସକାଳେ ନେଗିପାଲି ଜଙ୍ଗଲକୁ କିଛି ବ୍ୟକ୍ତି କାଠ ଆଣିବା ପାଇଁ ଯାଇଥିଲେ । ସେଠାରେ ଏକ ମୃତଦେହ ପଡିଥିବା ସେମାନେ ଦେଖିବାକୁ ପାଇଥିଲେ । ଏନେଇ ସେମାନେ ନିକଟସ୍ଥ ଗ୍ରାମରେ ସୂଚନା ଦେଇଥିଲେ । ଏହାପରେ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ଶବକୁ ଉଦ୍ଧାର କରିଛି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ତେବେ ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ପୋଲିସ ସନ୍ଦେହ କରୁଛି ।