ପାଟଣା: ଆଖିରୁ ଝରିଯାଉଛି ଅମାନିଆ ଲୁହ । ଆଉ ମନରେ ମସୁମାରୀ କୋହ । ସାରା ଗାଁ ଆଜି ନୀରବି ଯାଇଛି । ଗାଁକୁ ଘୋଡାଇ ଦେଇଛି େ।।କର କଳାବାଦଲ । କାରଣ ଆଜି ଗାରେ ଆସି ପହଞ୍ଚୁଛି ଗାଁର ଲଢୁଆ ପୁଅ ତ୍ରିଲୋଚନ ମହାନ୍ତଙ୍କ ପାର୍ଥିବ ଶରୀର । ଏ ହେଉଛି କେନ୍ଦୁଝର ଚମ୍ପୁଆ ବ୍ଲକ ପଡୁଆ ପଞ୍ଚାୟତ ମଙ୍ଗଳପୁର । ଦେଖନ୍ତୁ କେମିତି ସାରା ଅଞ୍ଚଳ ଅବାକ ହାଇ ରହିଛି । ସମସ୍ତେ ସ୍ତବ୍ଧ ଆଉ ନୀରବ ।
ପଞ୍ଜାବ ଜଳନ୍ଧରରେ ୧୨୯ ରେଜିମେଣ୍ଟରେ ନାଏବ ସୁବେଦାର ଥିଲେ ତ୍ରିଲୋଚନ । ଦେଶର ସେବା କରୁ କରୁ ସୋମବାର ଦିନ ସହିଦ ହୋଇଯାଇଥିଲେ ତ୍ରିଲୋଚନ । ଜଳନ୍ଧରର ଆର୍ମି ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ସେଠାରୁ ମରଶରୀର ଭୁବନେଶ୍ୱରରେ ପହଞ୍ଚିବା ପରେ ଆଜି ସକାଳେ ଜନ୍ମମାଟିରେ ପହଞ୍ଚିଛି । ଗାଁର ବୀର ପୁଅଙ୍କ ମରଶରୀର ଦେଖି ସମଗ୍ର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗାଁକୁ ଗୌରବାନ୍ୱିତ କରିଥିବା ତ୍ରିଲୋଚନଙ୍କ ଅନ୍ତିମ ସଂସ୍କାର ଗାଁ ସ୍ମଶାନରେ ରାଷ୍ଟ୍ରିୟ ମର୍ଯ୍ୟାଦା ସହ କରାଯିବ । ତାଙ୍କ ମୃତ୍ୟୁ ପରେ ବେସାହାରା ହୋଇଯାଇଛି ପରିବାର । ଘରେ କେବଳ ତ୍ରିଲୋଚନଙ୍କ ବିଧବା ମାଆ, ବିଧବା ପତ୍ନୀ ଆଉ ଦୁଇ ପୁଅ ଝିଅ ।