ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଗଞ୍ଜାମ ବୁଗୁଡା ଥାନା ଅନ୍ତର୍ଗତ ବିରିପୁର ପମ୍ପ ହାଉସ ନିକଟରୁ ଉଦ୍ଧାର ହୋଇଛି ଜଣେ ଅଜଣା ଯୁବକଙ୍କ ମୃତଦେହ । ବୁଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ମୃତକଙ୍କର ପରିଚୟ ମିଳି ପାରି ନଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି । ଅନ୍ୟ ପକ୍ଷରେ ବ୍ୟକ୍ତି ଜଣକ କିପରି ମୃତ୍ୟୁବରଣ କରିଛନ୍ତି, ସେ ନେଇ ମଧ୍ୟ କୌଣସି ସୂଚନା ମିଳି ପାରି ନାହିଁ । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି କୁହାଯାଇଛି ।