ଡାକ୍ତରଙ୍କ ଘରୁ ମିଳିଲା ଯୁବତୀଙ୍କ ମୃତଦେହ

ଭୁବନେଶ୍ଵର(ସରୋଜ କୁମାର ରାଉତ): ଭୁବନେଶ୍ଵର ଭୀମଟାଙ୍ଗି ଅଞ୍ଚଳରେ ରହୁଥିବା ଜଣେ ଡାକ୍ତରଙ୍କ ଘରୁ ଜନୈକ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ଏହି ମୃତଦେହକୁ ଉଦ୍ଧାର କରିଛି ପୋଲିସ। ଖବର ପାଇ ଏୟାରଫିଲ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କର ହତ୍ୟା ହୋଇଛି ସେ ନେଇ ସ୍ପଷ୍ଟତା ମିଳି ପାରିନାହିଁ। ଶବ ବ୍ୟବଚ୍ଛେଦର ରିପୋର୍ଟ ଆସିବା ପରେ ଏହା ଉପରେ ପରି ଉଠି ପାରିବ ବୋଲି ପୋଲିସ କହିଛି। କେସର ସମାଧାନ ପାଇଁ ଏୟାରଫିଲ୍ଡ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।