(ରିପୋର୍ଟସଟୁଡେ): ରାଉରକେଲା ଛେଣ୍ଡ କଲୋନୀରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ସନ୍ତୋଷ ରଜାକ୍ । ଆଜି ସକାଳେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଛି ।
ସୂଚନାଅନୁଯାୟୀ, ସନ୍ତୋଷ ଜଣେ ଟିଭି ମେକାନିକ ଥିଲେ । ସେ ନିଜ ପରିବାର ସହ ବହୁ ବର୍ଷ ଧରି ଛେଣ୍ଡ କଲୋନୀରେ ରହୁଥିଲେ । କିଛି ଦିନ ପୂର୍ବେ ତାଙ୍କ ପରିବାର ଲୋକେ ଗାଁକୁ ଯାଇଥିଲେ । ଗତ ରବିବାର ଦିନ ପାଖ ପଡୋଶୀ ଲୋକେ ସନ୍ତୋଷଙ୍କୁ ଶେଷଥର ଦେଖିଥିଲେ । ତାଙ୍କୁ ହତ୍ୟା କରାଯାଇଛି କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ ।