ରକ୍ଷାବନ୍ଧନ ପୂର୍ବରୁ ଭାଇଭଉଣୀଙ୍କ ମୃତ୍ୟୁ

( ଚିତ ରଞ୍ଜନ ସାହୁ) : ଵରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସିଂହପାଳି ଗ୍ରାମ ରେ ଏକ ଅଭାବନିୟ ଘଟଣା ଘଟିଯାଇଛି । ଗୋଟିଏ ଘରର ଦୁଇ ଭାଇ ଭଉଣିଙ୍କ ସନ୍ଦେହଜନକ ମୃତ୍ୟୁ ହୋଇ ଯାଇଛି। ରକ୍ଷା ବନ୍ଧନକୁ ଆଉ ଦୁଇଦିନ ବାକିରହିଥିବା ବେଳେ ରକ୍ଷାବନ୍ଧନ ପୂର୍ବରୁ ହିଁ ଉଭୟ ଭାଇ ଭଉଣୀଙ୍କର ହଠାତ ମୃତ୍ୟୁ ହୋଇଯିବା ଘଟଣା ସିଂହପାଲି ଗାଁରେ ଶୋକର ଛାୟା ଖେଳିଯାଇଛି।

ଅତାବିରା ପୋଲିସର ସୁଚନା ଅନୁଯାୟୀ ଦାସରଥି ମେହେର ଙ୍କ ପୁଅ ବିକାଶ ମେହେର ଓ ଝିଅ ମିନତି ମେହେର ଗତ କାଲି ରାତି ରେ ଖାଇକି ଶୋଇଥିଲେ । ସକାଳେ ସାନ ଭଉଣି ଅଙ୍କିତା ଉଠି ବଡ଼ଭଉଣୀ ମିନତିକୁ ଉଠାଇଥିଲେ ହେଲେ ସେ ଆଦୌ ଉଠିନଥିଲେ । ତେବେ ଅଙ୍କିତା ପାଖ କୋଠାରେ ଶୋଇଥିବା ବାପା ମାଙ୍କୁ ଜଣାଇ ଥିଲେ । ଏହା ପରେ ଘର ଲୋକେ ପହଂଚି ଦେଖିବାରୁ ଉଭୟ ପୁଅ ଓ ଝିଅ କେହି ମଧ୍ୟ ଉଠିନଥିଲେ ।

ଉଭୟଙ୍କର ମୃତ୍ୟୁ ହୋଇଯାଇଥିବା ସନ୍ଦେହ କରି ସ୍ଥାନୀୟ ଲୋକେ ଅତାବିରା ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ଅତାବିରା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବଙ୍କୁ ଜବତ କରି ବ୍ୟବଛେଦ ପାଇଁ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ଏନେଇ ପୋଲିସ ତଦନ୍ତ ଚଳାଇଛି । । ତେବେ ଉଭୟ ଭାଇ ଭଉଣୀଙ୍କ ଏପରି ଆକସ୍ମିକ ମୃତ୍ୟୁର କାରଣ ଏପର୍ୟ୍ୟନ୍ତ ଜଣାପଡିନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଘଟଣା ର ସତ୍ୟା ସତ୍ୟ ଜଣା ପଡ଼ିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।