ଡିସିପି କାର୍ଯ୍ୟ।ଳୟରେ ପାଠାଗାର

ଭୁବନେଶ୍ୱର(ଆଦର୍ଶ ରାଉତ): ଆଜି ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟଳୟ ପରିସରରେ ଏକ ବିଶ୍ରାମଗାରା ସହିତ ପାଠାଗାରାହ ଉଦଘାଟନ କରାଯାଇଛି । ଡିସିପି ଅଫିସକୁ ଆସୁଥିବା ଜନସାଧାରଣ ମାନେ ବିଶ୍ରାମଗାରାରେ ଅପେକ୍ଷା କରିବା ସହିତ ବିଭିନ୍ନ ପ୍ରକାରର ବହିଗୁଡିକ ପଢିପାରିବେ । ଉଭୟ ବିଜୟ ସାହୁ ଫାଉଣ୍ଡେସନ ଓ କମିଶେନେରେଟ ପୋଲିସର ମିଳିତ ଉଦ୍ୟମରେ ଏହି ପାଠାଗାରରଟିକୁ ଜନସାଧାରଣ ନିମନ୍ତେ ଉତ୍ସର୍ଗ କରାଯାଇଛି । ଏହି ଅବସରରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରମ୍ୟାନ ଶ୍ରୀମତୀ ଶିଳ୍ପି ସାହୁ, ଦୈତ୍ୟନଗରୀ ପୋଲିସ କମିଶନର ସୌମେନ୍ଦ୍ର୍ୟ ପ୍ରିୟଦର୍ଶୀ, ଭୁ ବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।