ବିିହାର– ବିହାରରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହୋଇଛି। ପଞ୍ଚାୟତ ନିର୍ବାଚନ ୨୦୨୧ର ଆରମ୍ଭ ୨୦ ସେପ୍ଟମ୍ବରରୁ ହେବ। ରାଜ୍ୟ ନିର୍ବାଚନ ଆୟୋଗ ଏନେଇ ପଞ୍ଚାୟତିରାଜ ବିଭାଗକୁ ନିର୍ଦେଶ ଜାରି କରିଛନ୍ତି । ନିର୍ବଚନ ପାଇଁ ବିଜ୍ଞପ୍ତି ୨୦ ଅଗଷ୍ଟରେ ଜାରି କରିବାକୁ ଅନୁରୋଧ କରାଯାଇଛି।ଆୟୋଗ ଅନୁସାରେ ବିହାରରେ ପଞ୍ଚାୟତ ନିର୍ବାଚନ ୧୦ଟି ପର୍ୟ୍ୟାୟରେ ହେବ। ପ୍ରଥମ ଚରଣରେ ମତଦାନ ୨୦ ସେପ୍ଟେମ୍ବରରେ ହେବ। ଦ୍ବିତୀୟ ଚରଣ ୨୪ ସେପ୍ଟେମ୍ବର, ତୃତୀୟ ଚରଣ ୪ ଅକ୍ଟୋବର, ଚତୁର୍ଥ ପର୍ୟ୍ୟାୟ ମତଦାନ ୮ ଅକ୍ଟୋବରରେ ହେବାକୁ ଥିବା ବେଳେ ପଞ୍ଚମ ଚରଣ ଭୋଟିଂ ୧୮ ଅକ୍ଟୋବରରେ ହେବ।ଏହା ସହ ଷଷ୍ଠ ଚରଣର ମତଦାନ ୨୨ ଅକ୍ଟୋବର, ସପ୍ତମ ଚରଣ ଭୋଟିଂ ୩୧ ଅକ୍ଟୋବର, ଅଷ୍ଟମ ଚରଣ ୭ ନଭେମ୍ବର, ନବମ ଚରଣର ଭୋଟିଂ ୧୫ ନଭେମ୍ବରରେ ହେବାକୁ ଥିବା ବେଳେ ଦଶମ ଚରଣ ମତଦାନ ୨୫ ନଭେମ୍ବରରେ ହେବ।