ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ତାରାରଞ୍ଜନ ପଟ୍ଟନାୟକ ଏକମାତ୍ର ଓଡ଼ିଆ ଭାବରେ, ସମ୍ମାନଜନକ ‘ହୁରୁନ୍ ଇଣ୍ଡିଆ ଧନୀ ତାଲିକା ୨୦୨୩’ରେ ସ୍ଥାନ ପାଇଛନ୍ତି | ଏହି ଧନୀ ତାଲିକାରେ ସ୍ଥାନ ପାଇଥିବା ପ୍ରସିଦ୍ଧ ବ୍ୟକ୍ତିଙ୍କ ଭିତରେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ, ଗୌତମ ଆଦାନୀ, ସାଇରସ୍ ପୁନାୱାଲା, ଶିବ୍ ନାଦାର ଓ ଗୋପୀଚାନ୍ଦ ହିନ୍ଦୁଜା ଅଛନ୍ତି। ଶ୍ରୀ ପଟ୍ଟନାୟକ ଚଳିତବର୍ଷ ଧନୀ ତାଲିକାର ୫୭୨ତମ ସ୍ଥାନରେ ଅଛନ୍ତି।
ଉଲ୍ଲେଖଯୋଗ୍ୟ, ‘ହୁରୁନ୍ ଇଣ୍ଡିଆ’ ପତ୍ରିକା ତରଫରୁ ବିଶିଷ୍ଟ ବ୍ୟକ୍ତି ଓ କମ୍ପାନିମାନଙ୍କ ସଫଳତାକୁ ନେଇ ପ୍ରତିବର୍ଷ ଏକ ବାର୍ଷିକ ବିଶେଷାଙ୍କ ପ୍ରକାଶ ପାଇଥାଏ। ଯେଉଁଥିରେ ସ୍ଥାନ ପାଉଥିବା ବ୍ୟକ୍ତି ଓ କମ୍ପାନିମାନଙ୍କୁ, ସେମାନଙ୍କ ସାମଗ୍ରିକ ବିକାଶ ଓ ଲାଭକୁ ଦୃଷ୍ଟିରେ ରଖି ବଛା ଯାଇଥାଏ।
ନିଜ ବ୍ୟବସାୟ ପ୍ରତି ନିଷ୍ଠାପରତା ଏବଂ କମ୍ପାନିର କାରବାର ବୃଦ୍ଧି ଦିଗରେ ଶିଳ୍ପପତି ତାରାରଞ୍ଜନଙ୍କର ନୀତିନିଷ୍ଠ ଚିନ୍ତାଧାରା ଯୋଗୁ ଏଥର ପୁଣିଥରେ ସେ ଏହି ତାଲିକାରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। କମ୍ପାନିର ସାମଗ୍ରିକ କାରବାର ଓ ଲାଭାଂଶକୁ ତର୍ଜମା କରିବା ପରେ, ୫ ବର୍ଷ ଭିତରେ ୭୬% ପ୍ରଗତି ହୋଇପାରିଥିବା ହୁରୁନ୍ ସୂଚନା ଦେଇଛି।