ପାରାଦୀପଠାରୁ ୪୬୦ କିମି ଓ ଧାମରାଠୁ ୪୯୦ କିମି ଦୂରରେ ‘ଦାନା’

ଭୁବନେଶ୍ୱର: ଭିଷଣ ରୂପ ଧାରଣ କରି ମାଡି ଅସୁଛି ବାତ୍ୟା ‘ଦାନା’ । ଭିତରକନିକା ଓ ଧାମରାରେ ଛୁଇଁବ ସ୍ଥଳଭାଗ । ଏହାରି ଭିତରେ ବାତ୍ୟା ‘ଦାନା’ ପାରାଦୀପଠାରୁ ୪୬୦ କିମି ଦୂରରେ ରହିଥିବା ବେଳେ ଧାମରାଠୁ ୪୯୦ କିମି ଦୂରରେ ରହିଛି । ତେବେ ଏହା ଘଣ୍ଟାପ୍ରତି ୧୨କିମି ବେଗରେ ଆଗକୁ ବଢୁଥିବା ସୂଚନା ରହିଛି ।
ସେପଟେ ବାତ୍ୟା ମୁକାବିଲା ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଉଦ୍ଧାର କାର୍ୟ୍ୟ ପାଇଁ ଏନଡିଆରଏଫ୍, ଓଡ୍ରାଫ୍, ଅଗ୍ନିସମ ବାହିନୀ ମୁତୟନ ହୋଇଛନ୍ତି । ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି । ସମୁଦ୍ରକୁ ମତ୍ସ୍ୟାଜୀବୀ ନଯିବା ପାଇଁ ବାରଣ କରାଯାଇଛି ।