(ଆଦର୍ଶ ରାଉତ): ଗତ ୧୨ ତାରିଖ ଦିନ ବିଜେଡିରୁ ବହିଷ୍କାର ହେବା ପରେ ମଧ୍ୟ ବରିଷ୍ଠ ବିଧାୟକ ଦାମୋଦର ରାଉତଙ୍କ ସ୍ୱର ଦବି ଯାଇ ନାହିଁ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ମୁଁ ଏବେ ବି ବିଜେଡିରେ ଅଛି। ଦଳରୁ ବହିଷ୍କାର କରାଯିବା ପୂର୍ବରୁ ମତେ କୈଫିୟତ ମଗାଯାଇ ନାହିଁ କିମ୍ବା ବହିଷ୍କାର ନେଇ ମତେ ଦଳ ଲିଖିତ ଭାବେ କିଛି ଜଣାଇ ନାହିଁ। ଏଥିସହିତ ଜଣେ ସଂପାଦକ ବହିଷ୍କାର ସଂପର୍କିତ ଚିଠି ଲେଖିଥିବା ନେଇ ମଧ୍ୟ ଦାମ ପ୍ରଶ୍ନ ଉଠାଇଛନ୍ତି। ବିଜେଡିର କାର୍ୟ୍ୟକାରିଣୀ ସଦସ୍ୟ ଥିବାରୁ ରାଜ୍ୟ କାର୍ୟ୍ୟକାରିଣୀ ଡାକି ତାଙ୍କୁ ବହିଷ୍କାର କରାଯିବା କଥା ବୋଲି ଶ୍ରୀ ରାଉତ କହିଛନ୍ତି।