(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ଏଇ କିଛିଦିନ ହେବ ପୁର୍ବତନ ମନ୍ତ୍ରୀ ଦାମ ରାଉତ ଦଳ ବିରୋଧି ମନ୍ତବ୍ୟ ଦେଇ ଚର୍ଚାକୁ ଆସିଥିଲେ । କିନ୍ତୁ ଦାମ ଆଜି ୟୁ ଟର୍ନ ନେଇଛନ୍ତି ହଠାତ୍ ଶାସକ ବିରୋଧରେ ନ କହି ବିରୋଧ ଦଳଙ୍କୁ ଟାର୍ଗେଟ କରିଛନ୍ତି । ମୂଖ୍ୟମନ୍ତ୍ରୀ କ୍ଲନିଚିଟ ଦେଇ ବିରୋଧିଙ୍କୁ ଆକ୍ରମଣ କରିଛନ୍ତି ଦାମ । ସରକାର କି ଦଳନାମରେ କିଛି କହିନାହାଁନ୍ତି କିନ୍ତୁ ଦୁର୍ନତି ବିରୋଧରେ କହିବାକୁ ଯାଇ ସେ କହିଛନ୍ତି କି କିଛି ଅଫିସର ଠିକରେ କାମ କରୁନାହାନ୍ତି, ତେଣୁ ହେରାଫେରି ହେଉଛି, ଦୁର୍ନୀତିର ପର୍ଦ୍ଦାଫାଶ ହେବା ଦରକାର । ସେହିପରି ଚାରା ସ୍କାମରେ ଦୁର୍ନୀତି କରିଥିବା ଲୋକଙ୍କୁ ସସପେଣ୍ଡ କରିଥିଲେ । କିନ୍ତୁ ତାଙ୍କୁ ପୁନଃ ନିଯୁକ୍ତି ଦେଇ ତାଙ୍କୁ ଦଳରୁ ବିଦା କରିଥିବା ଦାମ କହିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ମନ୍ତବ୍ୟ ଦେଇ ଦାମ କହିଛନ୍ତି ଯେ, ନବୀନ ବାବୁ ବହୁତ ଭଲ ଲୋକ । ସେ ଏକାଧାରରେ ଲେଖକ ଓ ଚିତ୍ରକର । ନବୀନ ସ୍ୱଚ୍ଛ କହି ତାଙ୍କୁ କ୍ଲିନଚିଟ୍ ପ୍ରଦାନ କରିଛନ୍ତି । ତେବେ ତାଙ୍କ ଅଧସ୍ତନ ସବୁ ହେରାଫେରି କରୁଥିବା କହିଥିବା ବେଳେ ନବୀନଙ୍କ ବିରୁଦ୍ଧରେ ସେ ଗୋଟିଏ ବି ଶବ୍ଦ କହିନଥିବା କହିଛନ୍ତି ।
ସେପଟେ ଚାରା ଘୋଟଲା ପ୍ରସଙ୍ଗରେ ଚୁପ ହେଇଯାଈଛନ୍ତି ପ୍ରଦୀପ ମହାରଥି ଆଉ କହିଛନ୍ତି ବିଧାନସଭା ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ଚାଲେ ତେଣୁ ତାଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରନ୍ତୁ । ଏଇ ପ୍ରସଙ୍ଗ ନେଇ ବିଧାନସଭାରେ ବିରୋଧି ଦଳ ବିରୋଧ କରିବା ତାଙ୍କର ନୈତିକତା ଅଧିକାର ।