ଦଳ ବିରୋଧରେ ସତ୍ୟ ମନ୍ତବ୍ୟ ଦେଇ ଅଡୁଆରେ ଦାମ

(ସୌମ୍ୟ ରଂଜନ ସେଠୀ) : ଏଇ କିଛିଦିନ ହେବ ପୁର୍ବତନମନ୍ତ୍ରୀ ଦାମ ରାଉତ ଦଳ ବିରୋଧରେ କିଛି ସତ ମନ୍ତବ୍ୟ ଦେଇ ଚର୍ଚାରେ ଆସିଥିଲେ । ଚାରା, ଓମଫେଡ, ସମବାୟ, ସ୍ୱାସ୍ଥ୍ୟ ବିଭାଗର କେଳେଙ୍କାରି ହୋଇଛି ବୋଲି ଅଭିଯୋଗ ଆଣିଥିଲେ ତା ନେଇ ବିଜେଡିରୁ ଦାମ ରାଉତଙ୍କୁ ବହିଷ୍କାର କରିବା ନେଇ ଜୋର ଧରିଛି ଦାବି । ବିଜେଡି ବରିଷ୍ଟ ନେତା ବିଷ୍ନୁ ଦାଶ ଓ ପ୍ରଶାନ୍ତ ମୁଦୁଲିଙ୍କ ପରେ ଆଜି ଏରସମା – ବାଲିକୁଦା ଅଚଂଳର କର୍ମୀମାନେ ଆସି ଦଳର ସୁପ୍ରିମୋଙ୍କ ପଖରେ ଫେରାଦ ହୋଇଛନ୍ତି । ନବୀନ ନିବାସରେ କର୍ମୀମାନେ ଦାମଙ୍କ ନାରେ ଅଭି୍ଯୋଗ ଆଣିଛନ୍ତି ଏଥିରେ ହଜାରେରୁ ଅଧିକ କର୍ମୀ ସାମିଲ ହୋଇଛନ୍ତି ।

ଦାମ ବାରମ୍ବାର ଗଣମାଧ୍ୟମ ସାମ୍ନାରେ ଯେଉଁ ବୟାନ ରଖୁଥିଲେ ତାହା ଦଳୀୟ ଅନୁଶାସନ ଓ ଶୃଙ୍ଖଳା ଭଙ୍ଗ କରୁଥିଲା ବୋଲି ବିଜେଡି ନେତାମାନେ କହିଛନ୍ତି । ସମବାୟ, ଓମଫେଡ, ଚାରା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୁର୍ନୀତି ହୋଇଥିବା ନେଇ ଦଳୀୟ ନେତା ମାନଙ୍କୁ ଟାର୍ଗେଟ କରିଥିଲେ ଦାମ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଥିଲା । ତେବେ ଦାମଙ୍କର ଏଭଳି ଦଳବିରୋଧୀ ବୟାନ କିଛି ନୂଆ ନୁହେଁ । ଅନେକ ସମୟରେ ଦାମଙ୍କ ବୟାନ ପାଇଁ ଅଡୁଆରେ ପଡିଛି ଦଳ । ଏପରିକି ବ୍ରାହ୍ମଣଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ଦାମଙ୍କୁ ମନ୍ତ୍ରୀପଦରୁ ମଧ୍ୟ ବିଦା କରାଯାଇଛି । ଏପରିକି ଦଳର ଉପସଭାପତି ଓ ପ୍ରଭାରୀ ପଦରୁ ମଧ୍ୟ ବାଦ୍ ଦିଆଯାଇଛି । କିନ୍ତୁ ଏହାପରେ ମଧ୍ୟ ଦାମଙ୍କ ମୁହଁରେ ତୁଣ୍ଡି ଲାଗି ପାରିନାହିଁ । ତେଣୁ ଦାମଙ୍କୁ ଦମନ କରିବାକୁ ଏବେ ଦଳରୁ ବହିଷ୍କାର ହିଁ ଏକମାତ୍ର ରାସ୍ତା ବୋଲି ଖୋଲାଖୋଲି ଭାବେ କହିଛନ୍ତି ଦଳୀୟ ନେତା । ତାଙ୍କ କାରନାମାର ଲମ୍ବା ଅଭିଯୋଗ ଧରାଇବା ସହ ତାଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ନିଜ ଜିଲ୍ଲାର ଦୁଇ ନେତା ତାଙ୍କ ବିରୋଧରେ ନବୀନଙ୍କ ନିକଟରେ ଫେରାଦ ହେବା ପରେ ଦାମ କହିଛନ୍ତି, ମୋତେ ପୂର୍ବରୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଇଛି । ଏପରିକି ଦଳୀୟ ଉପସଭାପତି ଓ ପର୍ୟ୍ୟବେକ୍ଷକରୁ ମଧ୍ୟ ବାଦ୍ ଦିଆଯାଇଛି । ସେତେବେଳେ ମଧ୍ୟ ନବୀନଙ୍କ ନିକଟକୁ ଯାଇନଥିଲି । ତେଣୁ ଯଦି ଏବେ ମୋତେ ଦଳରୁ ବାହାର କରିବାକୁ ଚାହୁଁଛନ୍ତି ତେବେ କରନ୍ତୁ । ଏଥିରେ କିଛି କହିବାର ନାହିଁ । କିନ୍ତୁ ଅନ୍ୟ କୌଣସି ଦଳରେ ଯୋଗ ଦେବି ନାହିଁ । କିନ୍ତୁ ଲୋକମାନେ ଚାହୁଁଥିବା ଯାଏଁ ନିର୍ବାଚନ ଲଢିବି ।