(ଓମ୍ ପ୍ରକାଶ ମିଶ୍ର / ସୋନପୁର): ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାରଙ୍କ କେତେ ଯୋଜନା କରୁଛନ୍ତି । ଯୋଜନା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ବି ହେଉଛି । ହେଲେ ସୁବର୍ଣ୍ଣପୁର ଜିଲ୍ଲାରେ ଆଜିବି ଏଭଳି ଅନେକ ଗାଁ ଅଛି ଯେଉଁଠି ଲୋକଙ୍କ ପାଇଁ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ହୋଇପାରିନାହିଁ । ଫଳରେ ଲୋକଙ୍କ ଭରଷା ସାଜିଛି ଯୋରର ଚୁଆଁପାଣି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଲମତୁଲ ଗାଁରୁ ଦେଖିବା ଏହି ରିପୋର୍ଟ ।
ହାତରେ ଗରା ଓ ବାଲଟି ଧରି ମହିଳା ମାନେ ଯୋରରେ ପହଞ୍ଚି ବାଲିରେ ଚୁଆଁଖୋଳା ପାଣିଭର୍ତି କରିଛନ୍ତି। ଏହି ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଏସ୍ପତ୍ରାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲମତୁଲା ଗାଁର । ଗାଁରେ ପାନୀୟ ଜଳ ବ୍ୟବସ୍ଥା ନଥିବାରୁ ଗ୍ରମାବସୀ ଗାଁ ମୁଣ୍ଡରେ ବୋହିଯାଇଥିବା ଏହି ସାଲେସିଂ ଯୋର ଉପରେ ନିର୍ଭର କରୁଛନ୍ତି । କି ଖରା ବର୍ଷା । ଗ୍ରାମବାସୀଙ୍କ ପାଇଁ ବର୍ଷ ତମାମ ଭରଷା ସାଜିଛି ଏହି ସାଲେସିଂ ଯୋରର ଚୁଆଁପାଣି ।
ଲମତୁଲ ଗାଁ ଏକ ଆଦିବାସୀ ବହୁଳ ଗାଁ । ଗାଁରେ ୧୮ଗୋଟ ଆଦିବାସୀ ପରିବାର ବାସ କରନ୍ତି । ସରକାର ଗାଁ ଗାଁରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରୁôଥଲେ ବି ଏଯାଏଁ ଲମତୁଲ ଗାଁକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇପାରିନାହିଁ । ଗାଁରେ ଖନନ ହୋଇଥିବା ନଳକୂପରୁ ମଇଳା ପାଣି ବାହାରୁଥିବାରୁ ତାହା ବ୍ୟବହାର ଉପଯୋଗୀ ନୁହେଁ । ଏଣୁ ଗ୍ରାମାବସୀ ବାରମ୍ବାର ଗାଁକୁ ପାନୀୟ ଜଳଯୋଗାଣ ବ୍ୟବସ୍ଥା ପାଇଁ ଦାବୀ କରିଆସୁଥିଲେ ବି କିଛି କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଗାଁରେ ଥିବା ନଳକୂପର ପାଣି ବ୍ୟବହାର ଉପେଯାଗୀ ନଥିବା ସ୍ୱିକାର କରିବା ସହ ସେମାନଙ୍କ ପାଇଁ ଖୋଲା କୁଆଁର ବ୍ୟବସ୍ଥା କରିବାକୁ ଯୋଜନା ରଡିଛି ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।