ରାତିରେ ଷ୍ଟେସନରୁ ହେଉଛି ଦାଦନ ଚାଲାଣ

ଭୁବନେଶ୍ୱର ; ରାତିରେ ଷ୍ଟେସନରୁ ହେଉଛି ଦାଦନ ଚାଲାଣ. ଦାଦନ ରୋକିବାକୁ ରାତିରେ ଷ୍ଟେସନ ଜଗିବାକୁ ଶ୍ରମ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ଏନେଇ ଶ୍ରମ ବିଭାଗ ସଚିବ ଏବଂ ଶ୍ରମ କମିଶନରଙ୍କୁ ମୁଖ୍ୟ ଶାସନ ସଚିବ ଙ୍କ ନିର୍ଦ୍ଦେଶ । ରାଜ୍ୟର ପଶ୍ଚିମ ଜିଲ୍ଲାଗୁଡ଼ିକ, ଯେପରିକି ବଲାଙ୍ଗୀର, କଳାହାଣ୍ଡି, ବରଗଡ଼ରୁ ଦାଦନ ଚାଲାଣ ହେଉଥିବା ନଜରକୁ ଆସିଛି । ଅନେକ ଶ୍ରମିକ ଠିକାଦାର ଉକ୍ତ ଜିଲ୍ଲାଗୁଡ଼ିକରେ ରେଳ ମାଧ୍ୟମରେ ବେଆଇନ ଭାବରେ ଅମାନବୀୟ ଅବସ୍ଥାରେ ଦେଶର ବିଭିନ୍ନ ସ୍ଥାନକୁ ଶ୍ରମିକ ଯୋଗାଣ କରୁଛନ୍ତି । ନିରକ୍ଷର ପ୍ରବାସୀ ଶ୍ରମିକମାନଙ୍କୁ ଆର୍ଥିକ ଏବଂ ଶାରୀରିକ ଭାବରେ ଶୋଷଣ କରାଯାଉଛି । ଟିଟଲାଗଡ଼, ମୁରିବାହାଲ, ଲାଥୋର, ରାଇନଭଟା, କଣ୍ଟାବାଞ୍ଜି, ନୂଆପଡ଼ା ଏବଂ ଖରିଆର ରୋଡ୍ ରେଳ ଷ୍ଟେସନରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଛି ଶ୍ରମିକ । ସେଥିପାଇଁ ରେଳ ଷ୍ଟେସନଗୁଡ଼ିକରେ ବ୍ୟାପକ କାର୍ୟ୍ୟକ୍ରମ ହାତକୁ ନେବାକୁ ନିର୍ଦ୍ଦେଶ । ବିଶେଷକରି ରାତି ସମୟରେ, ଜିଲ୍ଲା ପ୍ରଶାସନ, ଜିଲ୍ଲା ପୋଲିସ ପ୍ରଶାସନ ଏବଂ ରେଳ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରଖି ଏପରି ବେଆଇନ ଶ୍ରମିକ ସ୍ଥାନାନ୍ତରକୁ ରୋକିବା ପାଇଁ ନିର୍ଦ୍ଦେଶ । ଏହାକୁ ସବୁଠାରୁ ଜରୁରୀ ସହ ନେଇ କାର୍ୟ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ।