(ରିପୋର୍ଟସଟୁଡେ): ଆଜି ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ଦେହାନ୍ତ ହୋଇଛି । ଏସସିବି କୋଭିଡ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା ।
ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।
Saddened by the demise of Shri D Prakash Rao. The outstanding work that has done will continue motivating people. He rightly saw education as a vital means to empowerment. I recall my meeting with him in Cuttack a few years ago. Condolences to his family and admirers. Om Shanti. pic.twitter.com/ECZ0NUFush
— Narendra Modi (@narendramodi) January 13, 2021
Hon’ble Governor mourns the sad demise of noted social activist Padmashree D. Prakash Rao. ‘'He will always be remembered for his selfless service in transforming the lives of thousands of poor kids through his school 'Asha o Ashwasana’,'' expressed the Hon’ble Governor. pic.twitter.com/BBoICY8DqX
— Governor Odisha (@GovernorOdisha) January 13, 2021
ପ୍ରକାଶଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି- ସ୍ୱର୍ଗତଃ ରାଓ ତାଙ୍କର ଉତ୍ସର୍ଗୀକୃତ ସମାଜ ସେବା ବିଶେଷ କରି ଗରିବ ଓ ଅବହେଳିତମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ସ୍ମରଣୀୟ ହୋଇ ରହିବେ । ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି ।
Deeply saddened to know about the demise of philanthropist Padma Shri D Prakash Rao. The Good Samaritan will always be remembered for his dedication to uplift the lives of children through education. My thoughts & prayers with the bereaved family members. RIP
— Naveen Patnaik (@Naveen_Odisha) January 13, 2021
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଓଡ଼ିଶାର ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ଦେହାବସାନ ହେବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ସେ ସମାଜର ଅବହେଳିତ ଲୋକଙ୍କ ବିକାଶ ପାଇଁ ଉତ୍ସର୍ଗୀକୃତ ଥିଲେ।
ଓଡ଼ିଶାର ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ଦେହାବସାନ ହେବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ସେ ସମାଜର ଅବହେଳିତ ଲୋକଙ୍କ ବିକାଶ ପାଇଁ ଉତ୍ସର୍ଗୀକୃତ ଥିଲେ।
— Dharmendra Pradhan (@dpradhanbjp) January 13, 2021
ସଞ୍ଜୟ ଦାସବର୍ମା କହିଛନ୍ତି ମୁଁ ତାଙ୍କ ଦେହାନ୍ତ ବିଷୟରେ ଖବର ଶୁଣି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ସେ ଚା ଦୋକାନ କରି ବସ୍ତି ପିଲାଙ୍କୁ ପାଠ ପଢ଼ାଉଥିଲେ । ଏଥିସହ ସେ ୧୦୦ରୁ ଅଧିକ ଥର ରକ୍ତଦାନ କରି ଯୁବପିଢି ପାଇଁ ପ୍ରେରଣାର ଉତ୍ସ ପାଲିଟିଥିଲେ । ତାଙ୍କ ପରଲୋକରେ ସବୁଠି ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏ ଦୁଃଖଦ ପରିସ୍ଥିତିରେ ମୁଁ ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି ପ୍ରାପ୍ତି କାମନା କରୁଛି ।