ଖୋର୍ଦ୍ଧା / ପ୍ରବୀଣ ଭଞ୍ଜ: ହାଇୱା ଧକ୍କାରେ ସାଇକେଲ ଆରୋହୀ ମୃତ। ଖୋର୍ଦ୍ଧା ମେଡିକାଲ୍ ଛକ ସମ୍ମୁଖ ୫୭ନମ୍ୱର ଜାତୀୟ ରାଜପଥରେ ଆଜି ସକାଳୁ ହାଇୱା ଧକ୍କାରେ ସାଇକେଲରେ ଯାଉଥିବା ଜଣେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ସ୍ଥାନୀୟ ଗଡ଼ଖୋର୍ଦ୍ଧା ଅଞ୍ଚଳର ବୋଲି ଜଣାପଡ଼ିଥିବା ବେଳେ ଦୁର୍ଘଟଣା ପରେ ଖୋର୍ଦ୍ଧା ନୟାଗଡ଼ ରାସ୍ତାରେ କିଛି ସମୟ ପାଇଁ ଉଭୟ ପଟୁ ଯାନବାହାନ ଚଳାଚଳ ରେ ବ୍ୟାହତ ସୃଷ୍ଟି ହୋଇଥିଲା। ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ମେଡିକାଲ୍ ପଠାଇବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥଲା ।