ଟ୍ରକ ଧକ୍କାରେ ସାଇକେଲ ଆରୋହିଙ୍କ ମୃତ୍ୟୁ

ଅନୁଗୋଳ/ସୁଧାକର ସାହୁ: ଟ୍ରକ ଧକ୍କାରେ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ । ଆନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସ୍ମେଲଟର କାରଖାନା ମେନ ଗେଟ୍ ସମ୍ମୁଖରେ ଘଟିଛ ଏଭଳି ଅଘଟଣ । ଏଥିରେ ସାଇକେଲ ଆରୋହିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ନଣ୍ଡୁଆ ଗ୍ରାମର ଶ୍ରୀଧର ନାୟକ । ଶ୍ରୀଧର ନାଲକୋ ସ୍ମେଲଟର କାରଖାନାରେ କାର୍ଯ୍ୟକରୁଥିଲେ । ସେ ସୁବୁଦିନ ପରି ଆଜି ବି କାରଖାନାକୁ ଯାଉଥିବା ବେଳେ ମେନଗେଟ ସମ୍ମୁଖରେ ଅନୁଗୋଳ ରୁ ବଅଁରପାଳ ଆଡକୁ ଦ୍ରୁତରେ ଯାଉଥିବା ଏକ ଟ୍ରକ (ନମ୍ବର-ଓଡି୩୫ଜି୦୪୪୦) ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଶ୍ରୀଧର ଙ୍କର ସେହିସ୍ଥାନରେ ମୃତ୍ୟୁ ହୋଇଥିଲା । ତେବେ ଧକ୍କା ଦେଇଥିବା ଟ୍ରକ ଓ ଡ୍ରାଇଭରକୁ କାବୁ କରିଛନ୍ତି ସ୍ଥାନୀୟଲୋକେ । ଖବର ପାଇ ଘଟଣାସ୍ଥଳରେ ନାଲକୋ ପୋଲିସ ଓ ନାଲକୋ ସୁରକ୍ଷା ଦାଇତ୍ୱରେ ଥିବା ଅଧିକାରୀ ମାନେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ରାସ୍ତର ଦୁଇ ପାଶ୍ୱରେ ଟ୍ରାଫିକ ଜାମକୁ ହଟାଇଛନ୍ତି ।