କଟକରୁ ଜଳ ନିଷ୍କାସନ ପାଇଁ ପମ୍ପ ସେଟ ବ୍ୟବସ୍ଥା
ଜଗନ୍ନାଥ ମହାନ୍ତି/କଟକ: ରାଜ୍ୟର ପୁରୁଣା ରାଜଧାନୀ କଟକ ସହର ପାଇଁ କୁହାଯାଏ, ଏଠି ବେଙ୍ଗ ମୁତିଲେ ସହରରେ ପାଣି । ଆଉ ଏବେ ଲଘୁଚାପ ଜନିତ ପ୍ରବଳ ବର୍ଷାରେ କଟକ ବେହାଲ ହୋଇଯାଇଛି । ରାସ୍ତା ଉପରେ ଲହଡି ମାରୁଚି ବର୍ଷା ଜଳ । ଫଳରେ କଟକରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ସହରର ବିଭିନ୍ନ ତଳିଆ ଅଞ୍ଚଳ ଲୋକମାନଙ୍କ ଘରେ ପାଣି ପଶିଯାଇଛି । ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଅନେକଙ୍କ ଘରେ ଚୁଲି ଜଳିବା ସମ୍ଭବ ହେଉ ନାହିଁ । ଏପରି ସ୍ଥଳରେ ସେମାନଙ୍କ ପାଇଁ ସିଏମସି ପକ୍ଷରୁ ନାନା ପଦକ୍ଷେପ ନିଆଯାଇଛି । ତଳି ଅଞ୍ଚଳବାସିନ୍ଦା ପାଇଁ ରିଲିଫ ଯୋଗା ଯାଉଛି। ସେମାନଙ୍କ ପ୍ରତିଟି ଅସୁବିଧାକୁ ଦେଖିବା ପାଇଁ ସିଏମସିର ଟିମ ଗଠନ ହୋଇଛି । ଏହାସହ ଜଳ ନିଷ୍କାସନ ପାଇଁ ସିଏମସି ପକ୍ଷରୁ ପମ୍ପ ସେଟ ବ୍ୟବସ୍ଥା ମଧ୍ୟ କରାଯାଇ ଥିବା ସିଏମସି କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି।