ତୟବ ଫାରୁକ ହତ୍ୟାକାଣ୍ଡର ଅନ୍ୟ ୩ ଅଭିଯୁକ୍ତ ଗିରଫ
କଟକ, ଜଗନ୍ନାଥ ମହାନ୍ତି: କଟକର ତୟବ ଫାରୁକ ହତ୍ୟାକାଣ୍ଡ ଘଟଣାରେ ଆଉ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କମିସନରେଟ୍ ପୋଲିସ । ୨୦୧୪ ରେ ଘଟିଥିବା ମାଲଗୋଦାମର ଡାଲି ବ୍ୟବସାୟୀ ତୟବ ଫାରୁକଙ୍କ ହତ୍ୟାକାଣ୍ଡରେ ଏହି ତିନି ଜଣ ଥିଲେ ସାମିଲ । ସେହିଭଳି ଗତ କାଲି ମଧ୍ୟ ମୁଖ୍ୟ ଅଭିଯୁକ୍ତ ଶଙ୍କରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ୩ ଅଭଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି । ଗତକାଲି ଶଙ୍କରକୁ ଗିରଫ କରିବା ପରେ ଘଟଣା ସ୍ଥଳକୁ ନେଇ ପୋଲିସ ସିନ ରି କ୍ରିଏସନ କରାଇଥିଲା । ଏହାପରେ ହତ୍ୟା ଘଟଣାର ଅନ ତିନି ଜଣ ସହଯୋଗୀଙ୍କୁ ଆଜି ପୋଲିସ ଗିରଫ କରିଛି । ଯାହାଙ୍କ ମଧ୍ୟରେ ମଧ୍ୟ ରହିଛି ଜଣେ ନାବାଳକ । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମାନେ ହେଲେ କଟକ ସିଡିଏ ଅଞ୍ଚଳର ଲଲନ ଗୁପ୍ତା, ମାଛୁଆ ବଜ଼ାରର ଚନ୍ଦନ ବେହେରା, ଏବଂ ଅଲିଶା ବଜ଼ାରର ଅଂଚଳର ରଞ୍ଜନ ବେହେରା ।