ରିପୋଟର୍ସଟୁଡେ– ଦହି ଆପଣ ସମସ୍ତ ଖାଇଥିବେ କିନ୍ତୁ ଘରେ ଦହି ମାଛ ତରକାରୀ ଆଜି ହିଁ ବନାଇ ଏହାର ସ୍ୱାଦିଷ୍ଟ ବାରନ୍ତୁ ।
ଏହାର ଆବଶ୍ୟକ ସାମଗ୍ରୀ ହେଉଛି -ମାଛ, ସୋରିଷ ତେଲ, ସୋରିଷ ପାଉଡର, ହଳଦୀ ପାଉଡର, ଜିରା ପାଉଡର, କଂଚାଲଙ୍କା, ପିଆଜ, ଶୁଖିଲା ଲଙ୍କା, ଲୁଣ, ଦହି, ଧନିଆ ପତ୍ର ।
ଏହାର ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମାଛକୁ କାଟି ଧୋଇ ଏକ ପାତ୍ରରେ ରଖନ୍ତୁ । ଏହାପରେ ସେଥିରେ ହଳଦୀ ଓ ଲୁଣ ପକାଇ ଭଲଭାବେ ଗୋଳାନ୍ତୁ । ଏହାପରେ ଗ୍ୟାସ୍ରେ କଡେଇ ବସେଇ ସୋରିଷ ତେଲ ପକାଇବେ । ତେଲ ଗରମ ହେବାପରେ, ସେଥିରେ ଗୋଳାଇ ରଖିଥିବା ମାଛ ପକାଇ ଫ୍ରାଏ କରିବେ । ଏହା ଫ୍ରାଏ ହେବାପରେ ମାଛକୁ ତେଲରୁ କାଢି ଏକ ପ୍ଲେଟରେ ରଖିବେ । ତାପରେ କଡେଇରେ ବଳିଥିବା ତେଲରେ ଲୁଣ ଓ କଂଚା ଲଙ୍କା ପକାଇବେ । ଏହାପରେ ସେଥିରେ ପିଆଜ ଓ ଶୁଖିଲା ଲଙ୍କା ପେଷ୍ଟ କରି ସେଥିରେ ପକାଇ ମିକ୍ସ କରିବେ । ଏହାପରେ ସେଥିରେ ହଳଦୀ ଓ ଜିରା ପାଉଡର ପକାଇ ଗୋଳାଇବେ । ତାପରେ ସେଥିରେ ଅଳ୍ପ ସୋରିଷ ପାଉଡର ପକାଇ ମିକ୍ସ କରିବେ । ମନେ ରଖିବେ ସୋରିଷ ପାଉଡର ମିକ୍ସ କରି ସାରିବା ପରେ, ମସଲାକୁ ଅଧିକ ସମୟ କଷିବେ ନାହିଁ । କମ୍ ସମୟ କଷି, ସେଥିରେ ଦହି ପକାଇ ଭଲଭାବେ ମିକ୍ସ କରିବେ । ଦହି ପକାଇବା ପରେ ଆବଶ୍ୟକ ଅନୁଯାୟୀ ପାଣି ମିକ୍ସ କରିବେ । ତାପରେ କିଛି ସମୟ ଏହାକୁ ଫୁଟିବାକୁ ଛାଡିଦେବେ । ଏହା ଫୁଟିବା ପରେ ସେଥିରେ ଫ୍ରାଏ କରି ଥିବା ମାଛ ସେଥିରେ ପକାଇବେ । ଝୋଳ ବହଳିଆ ହେବା ଯାଏଁ, ଗ୍ୟାସ୍ରେ ବସେଇବେ । ଏହାପରେ ଗ୍ୟାସ୍ ବନ୍ଦ କରି ଏକ ପାତ୍ରକୁ କାଢିବେ । ପ୍ରସ୍ତୁତ ହୋଇଗଲା ଦହି ମାଛ । ଏବେ ଏହା ଉପରେ କିଛି କଟା ଧନିଆ ପତ୍ର ପକାଇ ଗରମ ଗରମ ଏହାର ମଜା ନେଇ ପାରିବେ ।