ଆଳି : ରାସ୍ତାରେ ବୁଲୁଛି କୁମ୍ଭୀର l ଆତଙ୍କିତ ଅବସ୍ଥାରେ ନଦୀକୁଳ ବାସୀ l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବାଳକାଟି ପଞ୍ଚାୟତ ସାନଆଙ୍କୋ ରୁ କୋଳିଡିହ ପର୍ଯ୍ୟନ୍ତ ଯାଇଥିବା ନଦୀବନ୍ଧ ରାସ୍ତାରେ l ଗତକାଲି ରାତିରେ ନଦୀ ବନ୍ଧ ରାସ୍ତାରେ କୁମ୍ଭୀର ଶୋଇଥିବା ଦେଖି ରାସ୍ତାରେ ଯାତାୟତ କରୁଥିବା ଲୋକମାନେ ଭୟଭିତ ହୋଇ ଯାଇଥିଲେ । ପରେ ଗାଡି ହର୍ଣ୍ଣ ମାରିବା ସହ ଲାଇଟ ପକାଇଥିଲେ l ଯାହାଫଳରେ କୁମ୍ଭୀରଟି ନିକଟସ୍ଥ ପାଣି ମଧ୍ୟକୁ ଚାଲି ଯାଇଥିଲାl