ବ୍ୟୁରୋ-: ସର୍ବ ଗୁଣ ସମ୍ପନ୍ନ ବବି । ରାଜନୀତିରେ ଯେମିତି ବିଚକ୍ଷଣ, ଅଭିନୟ ମଧ୍ୟ ତାଙ୍କର ଆହୁରି ଚମତ୍କାର । ମିଛ ରବର ଗୁଳିରେ ଆହତ ହୋଇଥିବା ପ୍ରଣବ ପ୍ରକାଶ ଦାଶ ବା ବବି ଭାଇଙ୍କ ଡ୍ରାମା ସତରେ ସମସ୍ତଙ୍କ ଠାରୁ ୟୁନିକ୍ । ବିଜେଡିର ଲୋକସେବା ଭବନ ଘେରାଉ ବେଳେ ବବି, ଯେ କେମିତି ଆହତ ହେଲେ । ତାହା ଏବେ ବି ସସ୍ପେନ୍ସ । କାରଣ, ଘେରାଉ ବେଳେ ନା ବବି ଆଗରେ ଥିଲେ, ନା ପଛରେ । ଏମିତି କି ପୋଲିସ୍ ବି ଲାଠି ଚାର୍ଜ କରିନି । ତେବେ ତାଙ୍କ ଗୋଡରେ ରବର ଗୁଳି ବାଜିଲା କେମିତି ? ପ୍ରକୃତରେ ତାଙ୍କ ଗୋଡରେ ଗୁଳି ବାଜିଥିଲା ନା ମିଛଟାରେ କେବଳ କପଡା ଗୁଡା ଯାଇଥିଲା ?
ଆଉ ଏବେ ପୁଣି ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଫଟୋରେ । ଭି.ଆଇ.ପି ସୁଟରେ ବବି ଅୟେସ୍ କରୁଥିବା ଦେଖିବାକୁ ମିଳୁଛି । ତେବେ ଏଠି ପ୍ରଶ୍ନ ଉଠୁଛି, ଗୋଟେ ଦିନ ପୂର୍ବରୁ ଯିଏ ଦେହରେ ନାନା ଯନ୍ତ୍ରପାତି ଲଗେଇ ଆଇ.ସି.ୟୁର ବେଡ୍ ରେ ପଡିଥିଲେ । ହଠାତ୍ ସେହିବ୍ୟକ୍ତ ପୁଣି ଗୋଟେ ଦିନ ପରେ ସୋଫା ଉପରେ ଗୋଡ ଲମ୍ବେଇ କିପରି ଏମିତି ଢଙ୍ଗରେ ହସି ପାରୁଛନ୍ତି । ଏମିତି କେଉଁ ବିଶଲ୍ୟକରଣୀ ବବିଙ୍କୁ ଦିଆଗଲା ଯେ, ସେ ରାତାରାତି ଏମିତି ତେଜିଆନ୍ ହୋଇଗଲେ । ଆଉ ଗୋଡ ଉପରେ ଗୋଡ ଥୋଇ ନେତା ଓ ନେତ୍ରୀଙ୍କ ସହ ଆଳାପ କଲେ ।
ତେବେ ଏହା ଭିତରେ ଆହୁରି ଗୋଟେ କଥା ମଧ୍ୟ ଶୁଣିବାକୁ ମିଳୁଛି କି, ସହାନୁଭୁତି ଗୋଟାଇବାକୁ ବବି କାଳେ ଏପରି ହସ୍ପିଟାଲରେ ନାଟକ ରଚିଥିଲେ । ଏବଂ ଏହାର ପ୍ରଚାର ପ୍ରସାର କରିବାକୁ ଅନୁଗତମାନଙ୍କୁ ମଧ୍ୟ ବ୍ୟବହାର କରିଥିଲେ । ଆଉ ସମସ୍ତଙ୍କୁ ଅନ୍ଧାରରେ ରଖି ନବୀନ ଓ ପାଣ୍ଡିଆନଙ୍କ ଆଗରେ ସୁନା ପିଲା ହେବାକୁ ଯୋଜନା କରୁଥିଲେ । କିନ୍ତୁ ଏବେ ତାଙ୍କର ସେ ପ୍ଲାନ୍ ସକ୍ସେସ୍ ତ ହେଲାନି । ବରଂ ସୁପର ପ୍ଲପ୍ ହୋଇ ତାଙ୍କର ସବୁ ଚାଲ୍ ବାଜି ଧରା ପକାଇ ଦେଇଥିବା ଚର୍ଚ୍ଚା ହେଉଛି ।