କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ ହାତରେ ବଜ୍ରକାପ୍ତା ଚୋରା ଚାଲାଣ ରାକେଟ

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ ହାତରେ ବଜ୍ରକାପ୍ତା ଚୋରା ଚାଲାଣ ରାକେଟ। କୋରାପୁଟ ଫରେଷ୍ଟ ଡିଭିଜନ ଓ କୋରାପୁଟ ପୋଲିସ ସହାୟତାରେ ଧରାହେଲା ଜୀବନ୍ତ ବଜ୍ରକାପ୍ତା । ଏକ ମାରୁତି ଅଲ୍ଟୋ କାରରେ ଚୋରା ଚାଲାଣ ବେଳେ ୩ ଜଣଙ୍କୁ କାବୁ କଲା STF । ଗିରଫ ଅଭିଯୁକ୍ତ ମାନେ ହେଲେ କୋରାପୁଟ ସିମିଳିଗୁଡା ର ସଦା ଦିଶାରୀ। ପଟାଙ୍ଗି ର ମୋସେସ ଖରା, ସିମିଳିଗୁଡା ର ଲାଣ୍ଡୁ ଟାଡିଙ୍ଗି । STF କେସ ନମ୍ବର ୨୦ , ଦଫା ୩୦୩ ( ୨ ) , ୩୦୭ (୨) , ୬୧(୨) ଭାରତୀୟ ନ୍ୟାୟ ସଂହିତା ସେକ୍ସନ ୫୧ , Wild Life Protection Actରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।