କ୍ରିମ ମସରୁମ ମସଲା

(ଅନୁସ୍ୱୟା) ଆପଣ ମାନେ ସମସ୍ତେ ମସରୁମ ମସଲା ଏମିତି ବହୁତ ଆଇଟମ ଖାଇଥିବେ । କିନ୍ତୁ ଆଜିି ଆସନ୍ତୁ ପ୍ରସ୍ତୁତ କରନ୍ତୁ କ୍ରିମ ମସରୁମ ମସଲା

ଆବଶ୍ୟକ ସାମଗ୍ରୀ: ମସରୁମ , ପିଆଜ, ଟମାଟୋ, ଶିମଳା ଲଙ୍କା, ଅଦା ରସୁଣ ପେଷ୍ଟ, ଜିରା, ପାଣି, ଧନିଆ ପାଉଡର, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, କ୍ରିମ୍, ଧନିଆପତ୍ର, ଗରମ ମସଲା, ତେଲ ଓ ଲୁଣ ସ୍ୱାଦ ଅନୁସାରେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମସରୁମ, ପିଆଜ, ଟମାଟୋ ଓ ଶିମଲା ଲଙ୍କାକୁ ଲମ୍ବା କରି କାଟିଦିଅନ୍ତୁ। ତା ପରେ କଡେଇରେ ତେଲ ଗରମକରି ଜିରା ପକାନ୍ତୁ। ଜିରା ଫୁଟିବା ପରେ ପିଆଜ ପକାନ୍ତୁ । ପରେ ଏଥିରେ କଟା ହୋଇଥିବା ମସରୁମ, ଟମାଟୋ ଏବଂ ଶିମଲା ଲଙ୍କା ପକାଇ କିଛି ସମୟ ପର୍ୟ୍ୟନ୍ତ ଫ୍ରାଏ କରନ୍ତୁ । ଏବେ ଅଦା ରସୁଣ ପେଷ୍ଟ, ଧନିଆ ପାଉଡର, ହଳଦୀଗୁଣ୍ଡ ପକାଇ ସିମ୍ କରି ଫୁଟାନ୍ତୁ । ପରେ ଏଥିରେ ଅଳ୍ପ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ । ୧୦ ମିନିଟ୍ ପରେ ଗ୍ୟାସ୍କୁ ବନ୍ଦ କରି କ୍ରିମ ଏବଂ ଗରମ ମସଲା ପକାଇ ଭଲ ଭାବରେ ମିଶାନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ କ୍ରିମ ମସରୁମ ମସଲା। ଏହାକୁ ଗରମ ଗରମ ପରଷନ୍ତୁ।