ବିପଦ: ପୃଥିବୀ ସହ ଧକ୍କା ହେବ ଗ୍ରହପିଣ୍ଡ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପୃଥିବୀ ବାସୀଙ୍କ ପାଇଁ ବିପଦ । ପୃଥିବୀ ସହ ଧକ୍କା ଖାଇବ ଗ୍ରହପିଣ୍ଡ ୟୁକେ- ୩ । ଅକ୍ଟୋବର ୩୧ରେ ୟୁକେ-୩ ପୃଥିବୀ ସହ ଧକ୍କା ଖାଇବ ବୋଲି କହିଛି ନାସା । ନାସା ଅନୁଯାୟୀ, ଏହାର ଗତି ଘଣ୍ଟା ପ୍ରତି ୨୦ ହଜାର ମାଇଲ ରହିଛି । ଏହା ପୃଥିବୀ ଆଡକୁ ଦ୍ରୁତ ବେଗରେ ମାଡିଆସୁଛି । ୩୧ ସଂଧ୍ୟା ୬,୩୫ରେ ଏହା ପୃଥିବୀର ଅତି ନିକଟତର ହେବ । ଉଭୟଙ୍କ ମଧ୍ୟରେ ଦୂରତା ପ୍ରାୟ ୨.୭୯ ନିୟୁତ କିମି ରହିବ । ଏହି ଦୂରତା ମଧ୍ୟରୁ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି କାର୍ଯ୍ୟ କରିଥାଏ । ତେଣୁ ଯଦି ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ବାୟୁମଣ୍ଡଳ ମଧ୍ୟକୁ ପ୍ରବେଶ କରିବ ତେବେ ପୃଥିବୀ ଓ ୟୁକେ-୩ ମଧ୍ୟରେ ଶକ୍ତ ଧକ୍କା ହେବାର ଆଶଙ୍କା କରୁଛି ନାସା । ଏହା ଫଳରେ ସୁନାମୀ, ଭୂକମ୍ପ ଓ ବାତ୍ୟା ହେବାର ଆଶଙ୍କା କରିଛି ନାସା ।