ବେଆଇନ ଖଣି ଖାଦନ ଉପରେ ଚଢାଉ

ମାଲକାନାଗିରି /ସୂର୍ଯ୍ୟକାନ୍ତ ବେହେରା : ମାଲକାନଗିରି,ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ବେଆଇନ ପଥର କ୍ରୋସରକୁ ସିଲ କଲେ ଚିତ୍ରକୋଣ୍ଡା ତହସିଲଦାର ଟି.ପଦ୍ମନାଭ ଦୋରା । ସ୍ୱାଭିମାନ ଅଞ୍ଚଳର ଯୋଡ଼ାଆମ୍ବ ପଞ୍ଚାୟତ ନିକଟସ୍ଥ ସେମିଳିପଦର ଗ୍ରାମରେ ଆନ୍ଦ୍ରର ପାଣ୍ଡୁରାଙ୍ଗା ନାମକ ଏକ ଠିକା ସଂସ୍ଥା କମ୍ପାନୀ ପ୍ରଶାସନର ବିନା ଅନୁମତିରେ ମାସ ମାସ ଧରି ଏକ ବେଆଇନ ପଥର କ୍ରୋସର ଚଳାଇଥିଲା । ଏହାକୁ ସିଲ କରି କ୍ରୋସରରେ ନିୟୋଜିତ ଥିବା ସମସ୍ତ ଗାଡି ଓ ମେସିନକୁ ଜବତ କରିଛି ଚିତ୍ରକୋଣ୍ଡା ତହସିଲ ଟିମ୍ । ତହସିଲଦାର ଟି.ପଦ୍ମନାଭ ଦୋରାଙ୍କ କହିବା ଅନୁଯାୟୀ ଉକ୍ତ ଠିକ ସଂସ୍ଥା କମ୍ପାନୀ ବେଆଇନ ଭାବରେ ଲଘୁ ଖଣିଜ ସମ୍ପଦ ଲୁଟ କରୁଥିବା ବେଳେ ପ୍ରଶାସନିକ ସ୍ତରରେ କୌଣସି ଆଦେଶ ଦିଆଯାଇ ନାହିଁ । ଏଭଳି ବେଆଇନ କାମ ପାଇଁ ଉକ୍ତ କମ୍ପାନୀ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରାଯିବ ବୋଲି କହିଛନ୍ତି ।