ବ୍ୟାଙ୍କ ସୁରକ୍ଷାକୁ ନେଇ ସିପିଙ୍କ ବୈଠକ

ଭୁବନେଶ୍ୱର/ସରୋଜ ରାଉତ: ରାଜଧାନୀରେ ବ୍ୟାଙ୍କ ଓ ଏଟିଏମ ଲୁଟେରାଙ୍କ ଲଗାତର ଆତଙ୍କ ପରେ ଚେତିଛି ପୁଲିିସ । ବ୍ୟାଙ୍କ ଓ ଏଟିଏମର ସୁରକ୍ଷାକୁ କଡା କରିବାକୁ ଆଜି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସମସ୍ତ ଘରୋଇ ଓ ଜାତୀୟ ବ୍ୟାଙ୍କର ଅଧିକାରୀଙ୍କ ସହ କରିଛନ୍ତି ବୈଠକ । ସୁରକ୍ଷା କର୍ମୀ. ସିସିଟିସି ମରାମତି. ଆଲାର୍ମ ଠିକ କରିବାକୁ ନିର୍ଦେଶ ଦିଆ ଯାଇଛି । ଯଦି ସମୟ ଭିତରେ ଏ ସବୁ ଠିକ କରା ନ ଯାଏ ତା ହେଲେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର କହିଛନ୍ତି । ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ବ୍ୟାଙ୍କଗୁଡିକ ତୁରନ୍ତ ପଦକ୍ଷେପ ନେବେ ବୋଲି ବ୍ୟାଙ୍କ ଅଧିକାରୀମାନେ କହିଛନ୍ତି ।