କୋଭିଡ ଭ୍ୟାକ୍ସିନ ମିକ୍ସିଂ ବିପଦଜ୍ଜନକ ହୋଇପାରେ

ଜେନେଭା : ବିଶ୍ୱ ସ୍ୱାସ୍ଥ୍ୟା ସଂଗଠନ କୋଭିଡ ଭ୍ୟାକ୍ସିନ ମିକ୍ସିଂ ଭୟଙ୍କର ହୋଇପାରେ ବୋଲି ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମିନାଥମ ସର୍ତକ କରାଇଛନ୍ତି । ପରୀକ୍ଷା ନୀରିକ୍ଷା ହୋଇନଥିବା ସ୍ୱତ୍ତେ ବିଭିନ୍ନ କମ୍ପାନୀର ଭ୍ୟାକ୍ସିନକୁ ମିଶ୍ରିତ କରାଯାଇ ଟୀକା କରଣ କରାଯିବାର ଟ୍ରେଣ୍ଡର ବଢିଚାଲିଛି ଏହା ଲୋକଙ୍କ ସ୍ୱାସ୍ଥା ଉପରେ ଏକ ନକରାମ୍ତକ ପ୍ରଭାବ ପାକାଇପାରେ । ଇତିମଧ୍ୟରେ ୟୁରୋପରେ ପ୍ରଥମ କରି ଜର୍ମାନୀରେ ଭାକ୍ସିନ୍ ମିକ୍ସିଂ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏଠାରେ ଆଷ୍ଟ୍ରାଜେନିକା, ମଡର୍ନା ଏବଂ ଫାଇଜର ଭାକ୍ସିନ୍ ଲୋକଙ୍କୁ ମିଶ୍ରିତ ଭାବେ ଦିଆଯିବାକୁ ଯୋଜନା କରାଯାଉଛି । ପ୍ରଥମ ଡୋଜ ଆଷ୍ଟ୍ରାଜେନିକା ନେଇଥିବା ବ୍ୟକ୍ତିଙ୍କୁ ଦ୍ୱିତୀୟ ଡୋଜ୍ରେ ଫାଇଜର ଅବା ମଡର୍ନା ଭାକ୍ସିନ୍ ଦିଆଯାଇ ପାରିବ । ଏହା ଦ୍ୱାରା କରୋନା ମୁକାବିଲା ପାଇଁ ସହଜ ହୋଇପାରିବ ବୋଲି ସ୍ଥାୟୀ କମିଟି ଷ୍ଟିକୋ ପକ୍ଷରୁ କୁହାଯାଇଛି । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏଭଳି ପଦକ୍ଷେପକୁ ନକରାଯିବା ପାଇଁ ସତର୍କ ସୂଚନା ଦେଇଛନ୍ତି ।