ଲୋକାର୍ପଣ ହେଲା କୋଭିଡ କେୟାର ସେଣ୍ଟର

ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲ୍ଲା ଗସ୍ତରେ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିଥିବା ବେଳେ ଜେଏସପିଏଲ ଠାରେ ନିର୍ମିତ କୋଭିଡ କେୟାର ସେଣ୍ଟରକୁ ଲୋକାର୍ପଣ କରିଛନ୍ତି। ଏହି କୋଭିଡ କେୟାର ସେଣ୍ଟର ଲୋକାର୍ପଣ ସମୟରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଏବଂ ଜେଏସପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ ମଧ୍ୟ ଉପସ୍ଥିତ ଥିଲେ। ରାଜ୍ୟ ତଥା ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏହାକୁ ଆଖି ଆଗରେ ରଖି ଜେଏସପିଏଲ ପକ୍ଷରୁ ଏହି କୋଭିଡ କେୟାର ସେଣ୍ଟର ଖୋଲା ଯାଇଛି।


ଏହି ସେଣ୍ଟରରେ ୨୭୦ ଟି ଶଯ୍ୟା ରହିଥିବା ବେଳେ ସମସ୍ତ ଶଯ୍ୟାରେ ଅକ୍ସିଜେନର ବ୍ୟବସ୍ଥା କରାଯାଇଛି । ଏହା ସହ ୫ ଟି ଭେଣ୍ଟିଲେଟର, ୧୦ ଏନଆଇଭି ଶଯ୍ୟାର ବ୍ୟବସ୍ଥା ମଧ୍ୟ ରହିଛି । ଏହି କେୟାର କେନ୍ଦ୍ର କରୋନା ରୋଗୀ ମାନଙ୍କ ପାଇଁ ବେଶ ସହାୟକ ହେବ ବୋଲି କୁହାଯାଇଛି । କେନ୍ଦ୍ରମନ୍ତ୍ରୀ ଉକ୍ତ କୋଭିଡ କେନ୍ଦ୍ର ଲୋକାର୍ପଣ କରିବା ପରେ ବଳରାମପ୍ରସାଦ ଠାରେ ଥିବା ଇଏସଆଇ ହସ୍‌ପିଟାଲ ଓ ତାଳଚେର ଠାରେ ଥିବା ଏମସିଏଲ କୋଭିଡ ହସ୍‌ପିଟାଲ ପରିଦର୍ଶନ କରି ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ପଚାରି ବୁଝିଥିଲେ ।