ଦିନକୁ ଦିନ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ବୃଦ୍ଧି ପାଉଛି। ଏବଂ ପ୍ରଦୂଷଣକୁ ଦୃଷ୍ଟିରେ ରଖି, ଆଜି ସୁପ୍ରିମକୋର୍ଟ ଭାରତୀୟ ମହାନଗର ନିଗମ (ଏମସିଡି)କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ଯେଉଁଥିରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏମସିଡି ଆସନ୍ତା ବର୍ଷ ଅକ୍ଟୋବର ୧ରୁ ଜାନୁଆରୀ ୩୧ପର୍ୟ୍ୟନ୍ତ ଟୋଲ ପ୍ଲାଜା ପରିଚାଳନା କରିବା ଉଚିତ ନୁହେଁ, କାରଣ ଟୋଲ ପ୍ଲାଜା ସମୟରେ ସୃଷ୍ଟି ହେଉଥିବା ଟ୍ରାଫିକ ପ୍ରଦୂଷଣ ସୃଷ୍ଟି କରେ। ତେବେ କୋର୍ଟ ଟୋଲ ବୁଥ ସ୍ଥାନାନ୍ତର କରିବାକୁ ଏବଂ ଏକ ସପ୍ତାହ ମଧ୍ୟରେ ଏହା ଉପରେ ବିଚାର କରିବାକୁ ଏମସିଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଖାସକରି କୋର୍ଟ ଏନଏଚଏଆଇକୁ ଟୋଲ ଆଦାୟ ଏବଂ ବିକଳ୍ପ ଭାବରେ ଏମସିଡିକୁ ଅଂଶ ଦେବା ବିଷୟରେ ବିଚାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ଏନେଇ କୋର୍ଟ ଏମସିଡିକୁ ଭର୍ତ୍ସନା କରି କହିଛନ୍ତି, ‘କାଲି ଆପଣ କନଟ ପ୍ଲେସରେ ମଧ୍ୟ ଟଙ୍କା ଆଦାୟ କରିବା ଆରମ୍ଭ କରିବେ।’ ଖାସକରି ଶୁଣାଣି ସମୟରେ, ସୁପ୍ରିମକୋର୍ଟକୁ ଅବଗତ କରାଯାଇଥିଲା ଯେ ଦିଲ୍ଲୀ-ଗୁରୁଗ୍ରାମ ଏମସିଡି ଟୋଲ ପ୍ଲାଜା ଦିଲ୍ଲୀ-ଏନସିଆରରେ ପ୍ରଦୂଷଣର ଏକ କାରଣ, କାରଣ ଏହା ଲମ୍ବା ଟ୍ରାଫିକ ଜାମ ସୃଷ୍ଟି କରେ। ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଗାଡ଼ି ଅଟକି ରହିଥାଏ। ଏବଂ ଏହି ସମୟରେ ଯାନ ବାହାନରୁ ନିର୍ଗତ ଧୁଆଁ ବାୟୁ ପ୍ରଦୂଷଣ କରିବାରେ ସହାୟକ ହୁଏ । ତେବେ ଏ ପ୍ରସଙ୍ଗ ନେଇ ଶୁଣାଣି ସମୟରେ, ମୁଖ୍ୟ ବିଚାରପତି ସୂର୍ୟ୍ୟକାନ୍ତ ପଚାରିଥିଲେ ଯେ ଅଧିକାରୀମାନେ ଜାନୁଆରୀ ପର୍ୟ୍ୟନ୍ତ କୌଣସି ଟୋଲ ଲାଗୁ ନକରିବାକୁ ଗଉଊକୁ କାହିଁକି କହୁନାହାଁନ୍ତି? ଶୁଣାଣି ସମୟରେ, କୋର୍ଟକୁ ପକ୍ଷରୁ କୁହାଯାଇଥିଲା ଯେ ଗଉଊ ଟୋଲ ଗୁରୁଗ୍ରାମରେ ମଧ୍ୟ ପ୍ରଦୂଷଣ ସୃଷ୍ଟି କରୁଛି। ଏବଂ ଉଔଓ ଉତ୍ତର ଦେଇଥିଲେ, ‘ଏହା କୌଣସି ଅଭିଯୋଗ ନୁହେଁ; ଏହା ସତ୍ୟ।